ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଲିଆରେ ଗୁଳିକାଣ୍ଡ,୩ ଆହତ ।

0 1,013

ବୁଗୁଡା,୧୪/୦୮(ପିପିଟି); ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଆଜି ଅପରାହ୍ନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ଘଟି ୩.ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣା ପଡ଼ିଛି। ଗୁଳି ମାଡରେ ଆହତ ହୋଇଥିବା ୨ ଜଣ ହେଲେ ବାଦୁଆ ଗ୍ରାମର ଏସ.ଅନିଲ ଦୋରା(୨୬) ଓ ଗୋଲିଆ ଗ୍ରାମର ସନାତନ ବାଡ଼ତ୍ୟା(୨୬)ଏବଂ ଖଣ୍ଡା ଚୋଟରେ ଆହତ ହୋଇଥିବା ଯୁବକ ଜଣକ ହେଲେ ଗୋଲିଆ ଗ୍ରାମ ବଡ଼ ସାହିର ରାଜା ଜେନା ପ୍ରକାଶ ଯେ ଗତ ଜୁଲାଇ ୧୮ ତାରିଖରେ ମଦ ବେପାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଲିଆରେ ଗଣ୍ଡଗୋଳ ହୋଇଥିଲା ଏବଂ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା। ତେବେ ଆଜି ଅପରାହ୍ନରେ ଦୁଇଗୋଷ୍ଠୀ ପୁଣି ଗୋଲିଆ ଗାଁ ର ଖଳିସାହି ଛକରେ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ଏବଂ ପରେପରେ ଗୁଳିମାଡ଼ ଓ ଖଣ୍ଡା କାତିରେ ଆକ୍ରମଣ ଭଳି ଘଟଣା ଘଟିଥିଲା ସନାତନ ଓ ଅନିଲର ପିଠିରେ ଗୁଳି ବାଜିଥିଲା ଏବଂ ସେମାନଙ୍କୁ ବୁଗୁଡା ମେଡିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଦ୍ୱାରା ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।ଘଟଣା ପରେ ଗାଁ, ରେ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ପହଞ୍ଚି ଗୁଳିକାଣ୍ଡ ସମ୍ପର୍କରେ ଅନୁସନ୍ଧାନ କରୁଥିବା ସୂଚନା ମିଳିଛି । ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.