ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ ।

0 149

ପାରଳାଖେମୁଣ୍ଡି,(ପିପିଟି ନ୍ୟୁଜ)-୦୮/୦୪- ଗଜପତି ଜିଲ୍ଲା ରାମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ମଙ୍ଗଳବାର ଭରତ ପାଇକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବିଶାଖାପାଟଣା ନିଆଯାଉଥିବା ସମୟରେ ଶ୍ରୀକାକୁଲମ ନିକଟରେ ମୃତ୍ୟୁ ହୋଇଥିଲା । ସ୍ବର୍ଗତ ପାଇକ ରାମଗିରି ନିର୍ବାଚନ ମଣ୍ଡଳୀରୁ ୨୦୦୪-୦୯ ପର୍ଯ୍ୟନ୍ତ ୧୩ତମ ବିଧାନସଭାକୁ ବିଜେପି ଦଳର ବିଧାୟକ ଭାବେ ପ୍ରତିନିଧିତ୍ବ କରିଥିଲେ । ତାଙ୍କର ବିୟୋଗରେ ଗଜପତି ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓ, ବାବୁନା ବେହେରା,ପୂର୍ବତନ ନଗରପାଳ ତ୍ରିପତି ନାୟକ, ପିନିଣ୍ଟି କ୍ରୀଷ୍ଣାଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିବା ସହ ଗଜପତି ଜିଲ୍ଲା ଜଣେ ଲଢୁଆ ନେତାଙ୍କୁ ହରାଇଲା ବୋଲି କହିଛନ୍ତି ।
ରିପୋର୍ଟ – ଦିଲ୍ଲୀପ କୁମାର ଶତପଥି ।

Leave A Reply

Your email address will not be published.