ପୂର୍ବତନ ଉପ-ବାଚସ୍ପତିଙ୍କୁ ଏମ୍ସରେ ଭେଟିଲେ ପ୍ରଦୀପ ମାଝି ।

0 281

ମାଲକାନଦିରି,ତା:୧୬/୦୯(ପିପିଟି):ଓଡିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ଯକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ଗତ କାଲି ଭୁବନେଶ୍ବର ସ୍ଥିତଏମ୍ସ ହସପିଟାଲରେ ଦୀର୍ଘ ଦିନ ହେଲା ଚିକିତ୍ସିତ ହେଉଥିବା ପୂର୍ବତନ ଉପ-ବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କୁ ସାକ୍ଷାତ କରି ତାଙ୍କ ସ୍ବାସ୍ଥ୍ଯ ଅବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଶ୍ରୀମାଝି ତାଙ୍କ ସ୍ବାସ୍ଥ୍ଯର ଆରୋଗ୍ଯ କାମନା କରିବା ସହ ଦୀର୍ଘ ଜୀବନ କାମନା କରିଥିଲେ । ବର୍ତ୍ତମାନ ଏମ୍ସ ହସ୍ପିଟାଲରେ ଡାକ୍ତର ତୁଷାର ମିଶ୍ରଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଶ୍ରୀ ଦୋରା ଚିକିତ୍ସିତ ହେଉଥିବା ଜଣା ପଡିଛି !ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ଯରେ ଉନ୍ନତି ପରିଲିଖିତ ହେଉଥିବା କୁହାଯାଇଛି । ଇତି ମଧ୍ଯରେ ଦଳମତ ନିର୍ବିଶେଷରେ ଶ୍ରୀ ଦୋରାଙ୍କୁ ହସ୍ପିଟାଲକୁ ଯାଇ ସାକ୍ଷାତ କରି ସ୍ବାସ୍ଥ୍ଯ କଥା ପଚାରି ବୁଝିବା ସହ ତୁରନ୍ତ ଆରୋଗ୍ଯ କାମନା ଲାଗି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.