ପୁଣି ମାନବିକତା ଦେଖାଇଲେ ସାମ୍ବାଦିକ ଓ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ।

0 1,193

ଶେରଗଡ,୨୯/୦୭(ପିପିଟି); ଗତକାଲି ଗଞ୍ଜାମ ଜିଲ୍ଲା ଶେରଗଡ ବଡ ଦାଣ୍ଡସାହିର ଆସିକା ସମବାୟ ବ୍ୟାଙ୍କର ଅବସର ପ୍ରାପ୍ତ କର୍ମଚାରୀ କାଳୁ ଚରଣ ପାତ୍ର ଙ୍କ ସ୍ତ୍ରୀ ପ୍ରତିମା ପାତ୍ର ବୟସ (୬୦) ବର୍ଷ ୪/୫ ଦିନ ଧରି ଜର ରୋଗ ରେ ପିଡିତ ଥିଲେ ଗତକାଲି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ସ୍ଥାନୀୟ ସାମ୍ବାଦିକ ମେଘନାଦ ଦାସ , ଶଙ୍କର ପ୍ରଧାନ , ଅଜିତ କୁମାର ପଣ୍ଡା , ବାଲାଜୀ ପ୍ରଧାନ ଓ ବିଜୁ ଯୁବ ବାହିନୀର ସଦସ୍ୟ ରାଜ କିଶୋର ପଣ୍ଡା , ଶ୍ୟାମବାବୁ ଆଚାରି , ସ°ଗ୍ରାମ କେଶରୀ ପ୍ରଧାନ , ସନ୍ତୋଷ କୁମାର ପଣ୍ଡା ଶେରଗଡ ମେଡିକାଲକୁ ଅଟୋ ଯୋଗେ ନେଇଥିଲେ । ମେଡିକାଲରେ ଅଟୋରୁ ଓହ୍ଲାଇବା ବେଳେ ମେଡିକାଲ ବାରଣ୍ଡାରେରେ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାତି ୮ ଟା ପର୍ଯ୍ୟନ୍ତ ମୃତ ଶରୀର ମେଡିକାଲରେ ପଡିରହିଲା ସାନପୁଅ ପହଞ୍ଚିବା ପରେ ସମସ୍ତେ ପିପିଇ କିଟ ପିନ୍ଧି ଶେରଗଡ ଶ୍ମଶାନରେ ଶବ ସତ୍କାର କରିଥିଲେ । ସୂଚନା ଅନୁଯାୟୀ ମୃତ ପ୍ରତିମା ପାତ୍ରଙ୍କ ଦୁଇ ପୁଅ,ବଡ ପୁଅ ବାଙ୍ଗାଲୋରରେ ଓ ସାନ ପୁଅ ଝାରସୁଗୁଡାରେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.