କଳାହାଣ୍ଡି,୦୫/୦୭(ପିପିଟି); କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ସାଲେପାଲି ପଞ୍ଚାୟତ ଅନ୍ତର୍ଗତ ଡୁଟା ଗ୍ରାମରେ ବା ଗାଆଁ ରେ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଡୁଟା ଗାଆଁ ର ଵାପା ଓ ପୁଅ ଙ୍କ ମଧ୍ୟରେ ସାମାନ୍ୟ ଗାଲି ଗୋଲଜ୍ ହୋଇଥିଲା । ବାପାଙ୍କ କଥା କୁ ସହିନପାରି ପୁଅ ଜଗା କୀଟନାଶକ ବିଷ ପିଇଦେଇଥିଲା ଏବଂ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା, ପୁଅଙ୍କ ମୃତ୍ୟୁ ଦେଖି ବାପା ଦୀନବନ୍ଧୁ ମଧ୍ୟ୍ୟ ବିଷ ପିଇ ଦେଇଥିଲେ। ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଗାଆଁରେ ଶୋକର ଛାୟା ଖେଳିଯାଇଥିଲା । ଘଟଣା ସ୍ଥଳରେ ମ ରାମପୁର ପୁଲିସ ଆସି ଶଵକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ରିପୋର୍ଟ – ଭିଷ୍ମ ସାହୁ ।