ପିତ୍ତଳ କ୍ବାରେଣ୍ଟାଇନ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ।

0 349

ଶେରଗଡ,(ପିପିଟି ନ୍ଯୁଜ୍)୨୩/୦୫,ଶେରଗଡ଼ ବ୍ଲକର ପିତ୍ତଳ ଓ ବ୍ରାହ୍ମଣଛାଇ କୁରାଣ୍ଟଇନ କେନ୍ଦ୍ରକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ପରିଦର୍ଶନରେ ଆସି କ୍ବାରେଣ୍ଟାଇନ କେନ୍ଦ୍ର ଗୁଡିକର ସ୍ଥିତ ସମ୍ପର୍କରେ ପଚାରି ବୁଝିଥିଲେ।ପରେ କ୍ବାରେଣ୍ଟାଇନ କେନ୍ଦ୍ର ରେ ବ୍ୟାୟାମ,ଚିତ୍ର ଆଙ୍କନ୍ତୁ ବୋଲି ପରାମର୍ଶ ଦେଇଥିଲେ ପରେ ଉପସ୍ଥିତ ବିଡିଓ ସୁରଞ୍ଜନ କୁମାର ସାହୁ ,ତହସିଲଦାର ଡ଼.ଦୟାସିନ୍ଧୁ ପରିଡା ବ୍ଲକର ସମସ୍ତ କେନ୍ଦ୍ର ଗୁଡିକର ଅଵସ୍ଥା ସଂପର୍କରେ ପଚାରି ବୁଝିଥିଲେ।ପିତ୍ତଳ ଠାରେ ଥିବା ଉଚ୍ଚ ବିଦ୍ୟାଳୟର କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୫୩ ଜଣ ବ୍ୟକ୍ତିଙ୍କ ୨୧ଦିନ ସରିଥିବା ବେଳେ ସେମାନଙ୍କୁ ଯିବା ବେଳେ ସମସ୍ତ ଘରେ କ୍ବାରେଣ୍ଟାଇନ ରେ ୧୪ ଦିନ ରହିବାକୁ ପରାମର୍ଶ ଦେଇ କହିଥିଲେ ଏବଂ ଏହି ୧୪ଦିନ ଘରେ ଆପଣ ପୁରା ରହିଲେ କରୋନାକୁ ଆପଣ ମାନେ ହରାଇଦେବେ ।ଆମର ବିଜୟ ହେବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ। ଏହାପରେ ପିତ୍ତଳ ଉଚ୍ଚ ବିଦ୍ୟାଳୟରେ ସହଯୋଗ କରିଥିବା ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡି କର୍ମୀ,ଶିକ୍ଷକ, ଶିକ୍ଷୟତ୍ରୀ, ସ୍ୱେଚ୍ଛାସେବୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ୫୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ବିଜେଡ଼ି ନେତା ହୀନ ବେହେରା, ବ୍ଲକ ବିଜେଡ଼ି ସଭାପତି ଶରତ ଚନ୍ଦ୍ର ପାତ୍ର,କୃଷ୍ଣ ଚନ୍ଦ୍ର ମଳିକ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.