ପାରଳାଖେମୁଣ୍ଡି ତିନି ଦିନ ପାଇଁ ସଟ୍ ଡାଉନ୍ ।

0 535

ପାରଳାଖେମୁଣ୍ଡି,ତା-୨୬/୦୬(ପିପିଟି); ପାରଳାଖେମୁଣ୍ଡି ସହରକୁ ସଟଡ଼ାଉନ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାର ଗୋଷାଣୀ ,ଗୁମ୍ମା ବ୍ଲକ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ସେହିପରି କାଶୀନଗର ବ୍ଲକ ରାଣୀପେଣ୍ଠା ପଞ୍ଚାୟତ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୮ରୁ ୩୦ ତାରିଖ ଅର୍ଥାତ ତିନି ଦିନ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ରେ ପହଞ୍ଚିଛି । ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୧ରେ ପହଞ୍ଚିଛି । ସେଥି ମଧ୍ୟରୁ ୧୨୧ ଜଣ ସୁସ୍ଥ ହୋଇଛନ୍ତି ।ବର୍ତ୍ତମାନ ଗଜପତି ଜିଲ୍ଲା ଓଡିଶାରେ ଚତୁର୍ଥ ସ୍ଥାନରେ ରହିଛି ।

Leave A Reply

Your email address will not be published.