ବ୍ରହ୍ମପୁର, ୧୬/୦୭(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କରୋନା ମହାମାରୀ ସମ୍ପର୍କରେ ଜନ ସଚେତନତା କରିବା ପାଇଁ ପ୍ରୟାସ ଜାରୀ ରହିଛି। ଆଜି ପିପିଟି ପକ୍ଷରୁ ପାତ୍ରପୁର ବିଡିଓ ପ୍ରକାଶ ଚନ୍ଦ୍ର ଦାଶଙ୍କୁ ସାକ୍ଷାତ କରି ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଥିଲା। ସାଧାରଣ ଲୋକ ବିଭିନ୍ନ କାର୍ଯ୍ଯରେ ବ୍ଲକକୁ ଆସୁଥିବା ବେଳେ ଯେଉଁମାନେ ମାସ୍କ ବ୍ଯବହାର କରିନଥିବେ ସେମାନଙ୍କୁ ମାସ୍କ ପ୍ରଦାନ କରିବା ପାଇଁ ପିପିଟି ପକ୍ଷରୁ କୁହାଯାଇଛି। ପାତ୍ରପୁର, କେଲୁଆ ଛକ,ମଇସାଣପୁର, ଚିଲିଡା, କଳବାଡ, ଲକ୍ଷ୍ମୀପୁର, ଧାନଘର ଛକ,ଓଲାପୁର ଓ ପିତାତଳୀ ଛକରେ ମାସ୍କ ବଣ୍ଟନ ଓ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପିପିଟି ସମ୍ପାଦକ ସମରଜିତ୍ ମହାନ୍ତି,ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିଭୁଧେନ୍ଦ୍ର ପାଢୀ, ସାମ୍ବାଦିକ ସପ୍ନେଶ୍ବର ପାଣିଗ୍ରାହୀ ଓ ସାମ୍ବାଦିକ ଉମାଚରଣ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।