ପଦ୍ମପୁର,(ପିପିଟି)୩୦/୦୪ ; କରୋନା ମୁକାବିଲା ସକାଶେ ଓଡିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଅାଜି ପଦ୍ମପୁର ସହର ୱାର୍ଡ ନଂ-୬ ର ବାସିନ୍ଦା ଜି.ନାଗୁ ଙ୍କ ପାଞ୍ଚ ବର୍ଷର ପୁଅ ଜି.କ୍ରିଷ୍ଣା ନିଜେ ଦୀର୍ଘଦିନରୁ ସଂଚୟ କରିଥିବା ୧୨ହଜାର ଟଙ୍କାର ଧନରାଶି କୁ ଲୋକଙ୍କ କଲ୍ୟାଣ ପାଇଁ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ପ୍ରଦାନ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପଠାଇବାକୁ ଜଣାଇଥିଲେ ।ସୂଚନାଯୋଗ୍ୟ ଯେ ଜି.କ୍ରିଷ୍ଣା ବର୍ତ୍ତମାନ ହେଲୋ କିଟ୍ସ ଶିକ୍ଷାନୁଷ୍ଠାନ ରେ ଏଲ୍.କେ.ଜି ରେ ଅଧ୍ୟୟନ ରତ ।ଏହି ଅର୍ଥ ରାଶି ପ୍ରଦାନ ସମୟରେ ମାଆ ସବିତା ପ୍ରଧାନ,ବାପା ଜି.ନାଗୁ,ଜେଜେଜ ବାପା ସୁବାଷ ପ୍ରଧାନ ଏବଂ ଜେଜେ ମାଆ ପ୍ରମିଳା ପ୍ରଧାନ ଉପସ୍ଥିତ ଥିଲେ ।ଏଭଳି ମହତ କାର୍ଯ୍ୟ ପାଇଁ ଉପ ଜିଲ୍ଲାପାଳ ଦରୱାନ ଉଚ୍ଚପ୍ରଶଂସା କରିବା ସହିତ ପିଲାର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ବୋଲି ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଠାରୁ ପ୍ରକାଶ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।