ପାଇପ ଫାଟି ରାସ୍ତାରେ ବୋହୁଛି ପାଣି ।

0 36

ସୁବର୍ଣ୍ଣପୁର ,୨୧/୦୫(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଉଳି ଗ୍ରାମ ର ପ୍ରବେଶ ରାସ୍ତାରେ ପାଇପ୍ ଫାଟି ପାନୀୟ ଜଳ ରାସ୍ତାରେ ବୋହିଯାଉଥିବା ଦେଖିବାକୁ ମିଳିଛି l ଏହି ପ୍ରକଳ୍ପ ଗଡିଆ ଗ୍ରାମଠାରେ ଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପ ରୁ ଗଡିଆ ଓ ଦେଉଳି ଗ୍ରାମକୁ ଜଳଯୋଗାଣ ହେଉଥିବାବେଳେ ବର୍ତ୍ତମାନ ଲୋକଙ୍କ ପାଖକୁ ଆବଶ୍ଯକତା ମୁତାବକ ପାଣି ପହଞ୍ଚି ପାରୁ ନ ଥିବା ଅଭିଯୋଗ ହେଉଛି l ହେଲେ ବାଟରେ ପାଇପ୍ ଫାଟି ପାଣି ନଷ୍ଟ ହେଉଥିଲେ ହେଁ କାହାରି ଦୃଷ୍ଟି ପଡିପାରୁ ନାହିଁ l ପାଇପ ଫାଟି ଯାଇଥିବା ଯୋଗୁଁ ଲୋକେ ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ଯ ହେଉଛନ୍ତି ଏବଂ ଗାଁ ଦାଣ୍ତ ରାସ୍ତାରେ ପାଣି ଜମିରହି ଅନେକ ସମୟରେ ଛୋଟପିଲା, ବୃଦ୍ଧବୃଦ୍ଧା ତଥା ସାଧାରଣ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି l ଏହି ସମସ୍ୟାକୁ ଦୀର୍ଘ ଦୁଇ ମାସରୁ ଅଧିକ ସମୟ ବିତି ସାରିଥିଲେ ମଧ୍ଯ ବିଭାଗୀୟ ଅଧିକାରୀ ଚୁପ ହୋଇ ବସିଛନ୍ତି l ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକେ ଦୂଷିତ ଜଳ ପିଇବାକୁ ବାଧ୍ଯ ହେଉଛନ୍ତି l ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ କାନ୍ଥମାନଙ୍କରେ ଲେଖାଯାଇଥିବା କନିଷ୍ଠ ଯନ୍ତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କଲେ ଇନକମିଙ୍ଗ ନଥିବା ଆର୍ଲଟ ଆସୁଛି l ସ୍ଥାନୀୟ ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ଯ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି l ତୁରନ୍ତ ବ୍ଳକ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.