ପାଇକମାଳ ବ୍ଲକ୍ ରେ ସବୁ ଚାଲିଛି କାଗଜ କଲମରେ !

0 133

ପଦ୍ମପୁର,(ପିପିଟି ନ୍ଯୁଜ୍)୧୯/୦୪-:- କରୋନା ଭାଇରସ ରମୁକାବିଲା ପାଇଁ ରାଜ୍ୟସରକାର ଅନେକ ପଦକ୍ଷେପ ନେଉଛନ୍ତିା ।ଗାଁ ଗହଳ ଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଜନସାଧାରଣ ଙ୍କୁ ସଚେତନ କରିବା ପାଇଁ ସର୍ବେକ୍ଷଣ ଟିମ(ଆର ଆର ଟି) ମଧ୍ୟ ପ୍ରସ୍ତୁତ ହୋଇ ଟିମ ଗୁଡିକ ନିଜ ନିଜ କାର୍ଯ ସଂପାଦନା କରିବାରେ ବ୍ୟସ୍ତ ।ହେଲେ  ଆମେ ଯାହା ଦେଖୁଛୁ ନ କହି ରହିହେଉନିା କାରଣ ଉଦାହରଣ ସ୍ୱରୂପ ପାଇକମାଳ ବ୍ଲକ ରେ ଦେଖା ଯାଇଥିବା କେତୋଟି ତଥ୍ୟା ଏଠାକାର ଟିମର ସଦସ୍ୟ ମାନଙ୍କୁ ବିନା ତାଲିମ ରେ ଗାଁ ଗାଁ ରେ ସଚେତନ କରିବାକୁ ଛଡାଯାଇଛିା ସର୍ବେକ୍ଷଣ ଟିମ କାମରେ ନିୟୋଜିତ ପୂର୍ବରୁ ତାଙ୍କୁ ଟ୍ରେନିଙ୍ଗ୍ ଦେବ ସାଙ୍ଗକୁ ମାସ୍କ  ,ଗ୍ଲୋବସ୍,ବାଡି, ବିଶୋଧନ କରିବାପାଇଁ ସେନିଟ୍ରାଇଜେସନ ଲିକ୍ୟୁଡ୍ ଆଦି ଦେବା କଥା ହେଲେ ଏଠାରେ ସେ ସବୁ କରାଯାଇନାହିଁା ପ୍ରାୟତଃ ସମସ୍ତ ଘରକୁଘର ଯାଇ ଟିମରେ ନିୟୋଜିତ ଜଣେ ଶିକ୍ଷକ,ଅଞ୍ଚଳର  ଆଶାକର୍ମୀ,ଅଞ୍ଚଳର ଅଙ୍ଗନୱାଡି କର୍ମୀ ସମେତ ଜଣେଜଣେ ସ୍ୱେଚ୍ଛାସେବୀ ଦଳରେ ରହି ଏକପ୍ରକାରର କାମ ସାରିଦେଲେଣି । କାହାରି ହାତ ରେ ଗ୍ଲୋବସ ନାହିଁ ,ମାସ୍କ  ପରିବର୍ତେ ରୁମାଲ ଗାମୁଛା ବ୍ୟବହାର କରି କାମ ଚଳେଇ ଦେଇଛନ୍ତିା ଦେଖାଯାଉ ଆମ ପାଇକମାଳ ପ୍ରଶାସନ କେବେ ସୁଧୁରିବେ !
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.