ପଲିଥିନ କୁଡିଆତଳେ ବିତୁଛି ଜୀବନ।

0 336

ବୋଲଗଡ଼,୨୨/୦୬(ପିପିଟି), ଭଗବାନଙ୍କ ଉପରେ ଭରସା କରି ଦାରିଦ୍ର୍ୟ ସୀମାରେଖା ତଳେ ବଞ୍ଚୁଥିବା ପରିବାର ଭାଗ୍ୟ କଣ ଏହାଯେ ଦୀର୍ଘବର୍ଷ ଧରି ଝାଟିମାଟି ଛାଉଣି ପଲଥିନ କୁଡିଆ ଭିତରେ ବିତାଇବାକୁ ପଡୁଛି ଜୀବନ। କାହାପାଇଁ ଆବାସ ଯୋଜନା ଓ ରାସନକାଡ୍। ଯାଉଛି କୁଆଡ଼େ ନେଉଛି କିଏ। ଏଠି ଗରିବଙ୍କ ପାଇଁ ରାସନକାଡ୍ ଓ ଆବାସଗୃହ ସାତସପନ। ଏଭଳି ଦୁଃଖ କଷ୍ଟ ରେ ବଞ୍ଚୁଥିବା ପରିବାରଟି ହେଲା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ମୁଗୁମଣ୍ଡା ଗ୍ରାମର ମମତାରାଣୀ ପରିଡା ସ୍ୱାମୀ ହାଡିବନ୍ଧୁ ଓ ତାଙ୍କର ସାଶୁ ମା। ସ୍ୱାମୀ ହାଡିବନ୍ଧୁ ମୂଲମଜୁରୀ ଲାଗି ପରିବାର ଚଳାନ୍ତି। ପରିବାରର ଆର୍ଥିକ ସ୍ଥିତି ସେପରି ଭଲ ନୁହେ କହିଲେ ଚଳେ। ଏମିତି କି କୁଡିଆ ଘରଟିକୁ ଛାଉଣୀ କରିବାକୁ ସକ୍ଷମ ନୁହନ୍ତି। ସ୍ୱାମୀ ସ୍ୱଳ୍ପ ରୋଜଗାରକରି ଜାହା ଆଣନ୍ତି ତାହାତିନି ପେଟକୁ ନିଅଣ୍ଟ ହୋଇ ଥାଏ। ସମ୍ପତ୍ତି କହିଲେ ପାଞ୍ଚ ଡିସିମିଲି ଜାଗା। ତା଼ହାରି ଉପରେ ଦୀର୍ଘବର୍ଷ ଧରି ଝାଟିମାଟି ରେ କୁଡିଆ କରିଥିଲେ ତାହା ବର୍ତ୍ତମାନ ଜରାଯୀର୍ଣ ଅବସ୍ଥାରେ ତାହାରି ଉପରେ ପଲିଥିନ୍ ପକାଇ ତିନିପ୍ରାଣୀ ଦୁଃଖ କଷ୍ଟ ରେ ରହୁଛନ୍ତି,ସରକାରଙ୍କ ତରଫରୁ ନା ମିଳୁଛି ରାସନକାଡ୍ ନା ଆବାସ ଯୋଜନା। ବାରମ୍ଵାର ନେତାଙ୍କ ଠାରୁ ସରକାରୀ ବାବୁଙ୍କୁ ଗୁହାରି କରି ଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ। ସ୍ଥାନୀୟ ପ୍ରସାସନ କିପରି ରାସନକାଡ୍,ଓ ଆବାସ ଯୋଜନା ଓ କିଛି ସରକାରୀ ସହାୟତା ମିଳିଲେ ସିଏ ଉପକୃତ ହେବେ ମମତାରାଣୀ ଆମ ପିପିଟି ନ୍ୟୁଜ ମାଧ୍ୟମ ରେ ଜଣାଇଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.