ପରୋଲୋକରେ ବିଧାୟକ ବିଷ୍ଣୁଚରଣ ଦାସ ।

0 1,728

ଜଗତସିଂହପୁର ,୦୬/୦୭(ପିପିଟି); ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ।ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଛି ।ସେ ଛାତ୍ର ଜୀବନରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।ଏସଭିଏମ କଲେଜର ଛାତ୍ର ସଂସଦ ସଭାପତି ଥିଲେ ।୧୯୮୦ ମସିହା ଛବିରାଣୀ ହତ୍ୟା କାଣ୍ଡ ଘଟଣାରେ ଛାତ୍ର ଆନ୍ଦୋଳନର ନେତୃତ୍ବ ନେଇଥିଲେ । ସେ ଜଣେ ଉତ୍ତମ ସଂଗଠକ ମଧ୍ୟ ଥିଲେ । ୧୯୯୦ ଓ ୧୯୯୫ ରେ ଜନତା ଦଳରୁ ଜଗତସିଂହପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ  । ୨୦୦୦,୨୦୦୪ ଓ ୨୦୦୯ ରେ ବିଜେଡିରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।ନବୀନଙ୍କ ମନ୍ତ୍ରୀ ମଣ୍ଡଳୀରେ ମଧ୍ୟ ସ୍ଥାନ ପାଇଥିଲେ । ଶେଷ ଥର ୨୦୧୪ରେ ସେହି ଜଗତସିଂହପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କଠାରୁ ପରାଜିତ ହୋଇଥିଲେ ।୨୦୧୬ ଜୁଲାଇ ମାସରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ରେ ତ୍ରିତୋଲ ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ତାଙ୍କ ପରଲୋକ ଖବର ପାଇ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ପରଲୋକ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.