ପରୋଲୋକରେ କୋରିଓଗ୍ରାଫର ସରୋଜ ଖାନ ।

0 1,185

ମୁମ୍ବାଇ, ୦୩/୦୭: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଆଜି ପରଲୋକ ଘଟିଛି। ତାଙ୍କର ହୃଦଘାତରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଗୁରୁ ନାନକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିବା ଜଣାପଡିଛି। ତାଙ୍କର ମୃତ୍ୟୁରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ଉଲ୍ଲେଖଯୋଗ୍ୟ ଯେ ଜୁନ ୨୦ରେ ଅସୁସ୍ଥତା କାରଣରୁ ମୁମ୍ବାଇର ଏକ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ରହିଛି। ସରୋଜ ଖାନ ଦେବଦାସ, ଶ୍ରୀଙ୍ଗରାମ, ଜବ୍ ୱି ମେଟ ପାଇଁ ବେଷ୍ଟ କୋରିଓଗ୍ରାଫି ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।ତେଜାବ, ଚାଲବାଜ, ସାଇଲାବ୍, ବେଟା, ଖଳନାୟକ, ହମ ଦିଲ୍ ଦେ ଚୁକେ ସନମ,ଦେବଦାସ ଓ ଗୁରୁ ଚଳଚ୍ଚିତ୍ର ପାଇଁ ବେଷ୍ଟ କୋରିଓଗ୍ରାଫି ଫିଲ୍ମି ଫେୟାର ପୁରସ୍କାର ପାଇଥିଲେ ।ଲଗାନ ଓ ୱାନ୍ସ ଅପନ ଏ ଟାଇମ୍ ଚଳଚ୍ଚିତ୍ର ପାଇଁ ଆମେରିକାନ୍ କୋରିଓଗ୍ରାଫି ପୁରସ୍କାର ପାଇଥିଲେ । ନାନ୍ଦି ପୁରସ୍କାର ମଧ୍ୟ ପାଇଛନ୍ତି ।

Leave A Reply

Your email address will not be published.