ପରଲୋକରେ ମଧ୍ୟ ପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ ।

0 1,053

ଲକ୍ଷ୍ନୌ, ୨୧/୦୭; ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ପରଲୋକ ଘଟିଛି । ଲାଲଜୀ ଟଣ୍ଡନଙ୍କ ପୁଅ ଆଶୁତୋଷ ଟଣ୍ଡନ ଏନେଇ ସୂଚନା ଦେଇଛନ୍ତି ।ଲକ୍ଷ୍ନୌର ଏକ ହସ୍ପିଟାଲରେ ଲାଲଜୀ ଟଣ୍ଡନ ଚିକିତ୍ସିତ ହେଉଥିଲେ।ଦୁଇଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ  ରଖାଯାଇଥିଲା । ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି। ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଉତ୍ତରପ୍ରଦେଶରେ ବିଧାନ ପରିଷଦକୁ ଦୁଇ ଥର ଓ ବିଧାନସଭାକୁ ତିନି ଥର ନିର୍ବାଚିତ ହୋଇଥିଲେ । ମୟାବତୀ ଓ କଲ୍ୟାଣ ସିଂ ଙ୍କ ସମୟରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ । ୨୦୦୯ ରେ ଲକ୍ଷ୍ନୌରୁ ବିଜେପିର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।୨୩ ଅଗଷ୍ଟ ୨୦୧୮ ରୁ ୨୮ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ଥିଲେ ।

Leave A Reply

Your email address will not be published.