ମୁମ୍ବାଇ,୦୯/୦୭: ବଲିଉଡ୍ର ଜଣାଶୁଣା ଅଭିନେତା ଜଗଦୀପଙ୍କ ମୁମ୍ବାଇରେ ବୁଧବାର ଦିନ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଫିଲ୍ମ ‘ଶୋଲେ’ରେ ସୁର୍ମା ଭୋପାଲି ଭୂମିକାରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ। ‘ଅନ୍ଦାଜ୍ ଆପ୍ନା ଆପ୍ନା’ ଫିଲ୍ମରେ ସେ ସଲ୍ମାନ୍ ଖାନ୍ଙ୍କ ବାପା ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥିଲେ।ଲୈଲା ମଜୁନ୍, ଖିଲୋନା,ଭାବି,ଏଜେଣ୍ଟ ବିନୋଦ,କାଲି ଘାଟ, କୁର୍ବାନୀ,ଶହେଁଶାହ,ଫୁଲ୍ ଔର କାଣ୍ଟେ,ଚାଇନା ଗେଟ୍,କାହିଁ ପ୍ଯାର ନା ହୋ ଜାୟେ ଭଳି ହିଟ୍ ଚଲଚିତ୍ରରେ ଅଭିନୟ କରିଛନ୍ତି । ଦୀର୍ଘ ୫ ଦଶନ୍ଧି ଧରି ସେ ୪୦୦ରୁ ଊର୍ଦ୍ଧ୍ୱ ଚଳଚିତ୍ରରେ ଅଭିନୟ କରିଥିଲେ। ଅଭିନୟ ଲାଗି ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ଆଓ୍ବାର୍ଡ ସହ ଅନେକ ପୁରସ୍କାର ସେ ପାଇଛନ୍ତି। ତାଙ୍କ ପରଲୋକ ପରେ ଫ୍ୟାନ୍ମାନେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର ୬ ଜଣ ସନ୍ତାନ । ଦୁଇପୁଅ ଜାଭେଦ୍ ଜାଫ୍ରି ଓ ନାଭେଦ୍ ଜାଫ୍ରି ବଲିଉଡ୍ର ଜଣାଶୁଣା ଅଭିନେତା ।