ପବିତ୍ର ରକ୍ଷାବନ୍ଧନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ବୃକ୍ଷରୋପଣ ।

0 290

ଉଲୁଣ୍ଡା,୦୪/୦୮(ପିପିଟି); ପବିତ୍ର ରକ୍ଷାବନ୍ଧନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଚଡ଼ାଇପଙ୍କ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅଇଁଲାଛାଟ ଗାଁ କଲ୍ୟା ସମିତି ଓ ପଶ୍ଚିମ ଓଡିଶା ଯୁବ ମଞ୍ଚର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୨ ଜଣ ରକ୍ତଦାତା ସାମିଲ ହୋଇ ରକ୍ତଦାନ କରିଥିଲେ । ଏହି ଶିବିରକୁ ଉଲୁଣ୍ଡା ଥାନା ଆଇଆଇସି ଚନ୍ଦ୍ରମୋହନ ସିଂ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିବାବେଳେ ସ୍ଥାନୀୟ ସରପଞ୍ଚ ଦୁର୍ଯ୍ୟୋଧନ ପର୍ଡିଆ,ପୋଲିସ ଏଏସଆଇ ପ୍ରଦୀପ ବାରିକ,ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ସଂଜୀବ ପୁରୋହିତ,ସନ୍ତୋଷ ମେହେର,ନମିତାରାଣୀ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବୁର୍ଲା ଡାକ୍ତରଖାନାରୁ ଡାକ୍ତର ଦିଲୀପ ମହାପାତ୍ର ଲ୍ୟାବ ଟେକ୍ନିସିଆନ ରବିନାରାୟଣ ରାଉତ ଯୋଗଦେଇ ରକ୍ତ ଭଣ୍ଡାରରୁ ଆସିଥିବା ସ୍ୱତନ୍ତ୍ର ଭ୍ୟାନ ଭିତରେ ରକ୍ତ ସଂଗ୍ରହ କରିଥିଲେ । ଏଥିରେ ମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସେହିଭଳି ବିରମହାରାଜପୁର ବ୍ଲକ ମହେଶ୍ୱରୀ ବିଦ୍ୟାପୀଠ, ଉଫୁଲା ସ୍କୁଲ ପରିସରରେ ବିରମହାରାଜପୁର ଯୁବସଂଗଠନ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଅବସରରେ ସଂଗଠନର ସଭାପତି ସମିତ ମହାକୁର ଓ ଶିକ୍ଷକ ମଳୟ କୁମାର ଅମାତଙ୍କ ଆବାହକତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ମେଗା ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି ଶିବିରରେ ବିରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟଅତିଥି ,ଏସଡିପିଓ ଧିରାଜ ଚୋପଦାର,ବିଡ଼ିଓ ମୋତିଲାଲ ସୁଲିଆ ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ସ୍ୱୟଂଭୁନାଥ ଖଣ୍ଡଗିରି ଏବଂ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବୃନ୍ଦାବନ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିବିର ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଦୁଇଜଣ ମହିଳା ରକ୍ତଦାତାଙ୍କ ସମେତ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ପରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାପୀଠ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଅଜିତ ପଣ୍ଡା, ରାଜକୁମାର ମହାକୁର,ବିଷଧର ପଧାନ,ବିକାଶ ଭୋଇ,ସୁଦର୍ଶନ ମହାକୁର ପ୍ରମୁଖ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ । ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.