ପଦ୍ମପୁର ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳନ ।

0 87

ପଦ୍ମପୁର,୧୬/୦୮(ପିପିଟି); ପଦ୍ମପୁର ଉପଖଣ୍ଡର ସାମୁହିକ ପତାକା ଉତ୍ତୋଳନ ରାଜବୋଡାସମ୍ବର୍ ହାଇସ୍କୁଲ ପଡିଆରେ ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ପତାକା ଉତ୍ତୋଳନ କରି କୋଭିଡ ଯୁଦ୍ଧା ମାନଙ୍କୁ ସମ୍ମାନିତ କରିଥିଲେ । ପାଇକମାଲ ହାଇସ୍କୁଲ ପଡ଼ିଆରେ ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ବର୍ତମାନ ର ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହା ପତାକା ଉତ୍ତୋଳନ କରି କୋଭିଡ ଯୁଦ୍ଧାଙ୍କୁ ସମ୍ମାନିତ କରିଥିବା ବେଳେ ଯମୁନା କନ୍ଧୁଣୀି ବାଳିକା ଉଚ୍ଚ ବିଦ୍ୟାଳୟରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପତାକା ଉତ୍ତୋଳନ କରିବା ସହ ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ତଥା ସ୍କୁଲ ସଭାପତି ପ୍ରକୃତିବନ୍ଧୁ ସାମ୍ବାଦିକ ଧିରେନ୍ ମହାନ୍ତି ତତ୍ତ୍ଵାବଧାନରେ ସ୍କୁଲ୍ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଏହି ସମୟରେ ପ୍ରଧାନଶିକ୍ଷକ ସୁଶାନ୍ତ ପଣ୍ଡା ଓ ଶିକ୍ଷକ,ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ସେହିପରି ମାଣ୍ଡେ଼ାସିଲ ଠାରେ ପୂର୍ବତନ ବିଧାୟକ ତଥା ମୁଖ୍ୟସଚେତକ ସତ୍ୟଭୂଷଣ ସାହୁ ପତାକା ଉତ୍ତୋଳନ କରି କୋଭିଡ ଯୁଦ୍ଧା ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ପାଇକମାଲ ବ୍ଲକ୍ କାର୍ଯ୍ୟାଳୟ ରେ ଚେୟାରମେନ ଅଲତାପ୍ ମହମ୍ମଦ ପତାକା ଉତ୍ତୋଳନ କରିଥିଲେ।ବରତୁଣ୍ଡାରେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଗୁରୁବାର ପଟ୍ଟନାୟକ ସାମୁହିକ ପତାକା ଉତ୍ତୋଳନ କରିବା ସହ କୋଭିଡ ଯୁଦ୍ଧା ମାନଙ୍କୁ ସମ୍ମାନିତ କରିଥିଲେ। ନୃସିଂହନାଥ ସ୍ଥିତ ଆୟୁର୍ବେଦିକ କଲେଜରେ ଅଧ୍ୟକ୍ଷା କାମିନୀ କର,ନବୋଦୟ ବିଦ୍ୟାଳୟରେ ପ୍ରିନସିପାଲ ପତାକା ଉତ୍ତୋଳନ କରି ଥିବା ଜଣାଯାଏ। ପାଇକମାଳ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ବି.ଇ.ଓ.ଚୂଡ଼ାମଣି ବାରିକ,ପାଇକମାଳ ଥାନାରେ ଡି.ଏସ.ପି.ଦିନେଶ ନାୟକ ପତାକା ଉତ୍ତୋଳନ କରିଥିଲେ।ସେହିପରି ଉପଖଣ୍ଡର ବିଭିନ୍ନ ସରକାରୀ,ବେସରକାରୀ ଅନୁଷ୍ଠାନ,ପଞ୍ଚାୟତ ସମିତି,ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଚେୟାରମେନ,ସରପଞ୍ଚ,ସମାଜସେବୀ,ବୃଦ୍ଧିଜୀବି ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ବିଶେଷ ପତାକା ଉତ୍ତୋଳନ କରିଥିବା ଜଣାଯାଇଛି । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.