ପତ୍ର ହଲିଲେ ହଜିଯାଉଛି ବିଜୁଳି , ଅନଲାଇନ କ୍ଲାସ୍ ଠପ୍ , ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧାର ।

0 333

କୋଦଳା,୩୦/୦୭(ପିପିଟି); କୋଦଳା ଯେଉଠି ପତ୍ର ହଲିବା ଆରମ୍ଭ ହେଲେ ହଜିଯାଉଚି ବିଜୁଳି । ସତେ ଯେମିତି ପବନ କୁ ଚାହିଁ ବସିଥାଉଛନ୍ତି ବିଦ୍ୟୁତ ବିଭାଗ କର୍ମଚାରି । ଥରେ ବିଜୁଳି ଗଲେ କେତେବେଳେ ଆସିବ କେହି ଜାଣିପାରୁନାହାନ୍ତି । ପଚାରିଲେ ଉତ୍ତର ଦେବାକୁ କେହି ନାହିଁ । ଫୋନ କଲେ ଇଛା ମୁତାବକ ରିସିଭ କରି ଅନ୍ୟ ଉପରେ ଦୋଷ ଲଦିଦିଅନ୍ତି ।ସାଧାରଣ ଲୋକଟିଏ କାହିଁକି ଲାଇନ ଏତେସମୟ କଟୁଚି ବୋଲି ପଚାରିଲେ ଅଦାଲତର ଭୟ ଦେଖାଉଛନ୍ତି କର୍ମଚାରି । ଏମିତି ଦିନ/ରାତ୍ର ରେ ବହୁ ସମୟ ବିଦ୍ୟୁତ ବ୍ୟାଘାତ ଘଟୁଥିବା ଦେଖିବାକୁ ମିଳୁଛି । ବିଦ୍ୟୁତ କାଟିବା କ୍ଷଣି ନେଟ୍ବାର୍କ ଗାୟବ । ସତେ ଯେମିତି ଟାୱାର ଗୁଡିକ ଏହି ସମୟ କୁ ଅପେକ୍ଷା କରି ରହୁଛନ୍ତି । ଯାହା ଫଳ ରେ ବିଦ୍ୟାର୍ଥୀଙ୍କ ପାଠପଢା ଠପ ହୋଇଯାଉଛି । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଦ୍ୟୁତ ଏବଂ ଟେଲିକମ ଉପରେ ନିର୍ଭରଶୀଳ । ଚଳିତ ବର୍ଷ ପାଠପଢା ଆରମ୍ଭ ହୋଇନାହିଁ କି ଗଲାବର୍ଷର ବହୁ ବାର୍ଷିକ ପରିକ୍ଷା ସମ୍ପୂର୍ଣ ହୋଇନାହିଁ । ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଯେନତେନ ପ୍ରକାରେ ଅନଲାଇନ ଉପରେ ନିର୍ଭର କରୁଥିବା ବେଳେ ସେମାନଙ୍କୁ ସାଥ ଦେଉଳି ବିଦ୍ୟୁତ ଏବଂ ଟେଲିକମ ବିଭାଗ । ଶିକ୍ଷା ବିଭାଗ ମଧ୍ୟ ଶିକ୍ଷ୍ଯକ/ଶିକ୍ଷୟତ୍ରୀଙ୍କୁ ୱାଟସପ୍ ଗ୍ରୁପ କରି ଛାତ୍ରଛାତ୍ରୀଙ୍କୁ ପାଠପଢାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।କିନ୍ତୁ ବିଦ୍ୟୁତ ଓ ଟେଲିଫୋନ ବିଭାଗ ବ୍ୟତିତ ଗରିବ ବିଦ୍ୟାର୍ଥୀଙ୍କ ପାଇଁ ଅସୁବିଧା ହେଉଛି ସ୍ମାର୍ଟଫୋନ ।ସେମାନଙ୍କ ପକ୍ଷେ ସ୍ମାର୍ଟ ଫୋନ କିଣିବା ସାତସପନ ହୋଇଥିବ ବେଳେ ଫୋନ ବିନା ଅନଲାଇନ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଅନ୍ୟପଟେ ବିଦେଶ ରୁ ଫେରିଥିବା ପ୍ରବାସୀ ନିଜର ଯିବିକା ହରାଇ କାମଧନ୍ଦା ନ କରି ଘରେ ବସି ଟିଭି ଉପରେ ନିର୍ଭର କରନ୍ତି କିନ୍ତୁ ବିଦ୍ୟୁତ ର ଲୁଚକାଳି ଖେଳରେ ଘରେ ଗରମ ଏବଂ ଟିଭି ର ମନୋରଞ୍ଜନ କାର୍ଯକ୍ରମ ନ ଦେଖି ବାହାରକୁ ଯାଇ ପ୍ରଶାସନ ଠାରୁ ଗାଳିମାଡ ଖାଉଛନ୍ତି ପ୍ରବାସୀ । ଏହି ମହାମାରୀ କରୋନା ସମୟ ରେ ବିଦ୍ୟାର୍ଥୀଙ୍କ ସମସ୍ତ ଶିକ୍ଷ୍ୟା ଅନୁଷ୍ଠାନ ସମେତ ଘରୋଇ ଶିକ୍ଷ୍ୟାକେନ୍ଦ୍ର ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ବନ୍ଦ ହୋଇଥିବା ବେଳେ ବିଦ୍ୟାର୍ଥୀ ମାନେ ଅନଲାଇନ ମାଧ୍ୟମ ରେ ପାଠ ପଢିବା ପାଇଁ କୁହାଯାଇଛି କିନ୍ତୁ ଛାତ୍ରଛାତ୍ରୀ ଯେତେବେଳେ କମ୍ପ୍ୟୁଟର କିମ୍ଵା ମୋବାଇଲ ଧରି ବସେ ବିଦ୍ୟୁତ ବିଭାଗ ର ଲୁଚକାଳି ଖେଳ ରେ ସେ ହତାଶ ହୋଇଯାଏ ଓ ଅନଲାଇନ ପାଠପଢା ସେତିକି ରେ ହିଁ ସୀମିତ ! ହୋଇଯାଏ । ଏଣୁ ଜିଲ୍ଲା ପ୍ରଶାସନ କୋଦଳା ଓ ବେଗୁନିଆପଡ଼ା ବିଦ୍ୟୁତ ବିଭାଗ ଉପରେ ଗୁରୁତ୍ଵ ଦେବାକୁ ଜନସାଧାରଣଙ୍କ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.