ପତ୍ନୀକୁ ଗୁଳିମାଡ଼ ଘଟଣାରେ ସ୍ୱାମୀ ଗିରଫ ।

0 325

ଭଞ୍ଜନଗର, ୨୦/୦୨(ପିପିଟି) : ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରା ଲୁଣ୍ଡା ପଞ୍ଚାୟତ ବେଡି ଗୋବା ଗ୍ରାମରେ ଗତ ୧୭ତାରିଖରେ ହୋଇଥିବା ଗୁଳିମାଡ଼ ଘଟଣାରେ ପୁଲିସ ଜଣେ ଶିକାରୀକୁ ଗିରଫ କରିଛି।ଉକ୍ତ ଦିନ ରାତିରେ ଜାଗୁର ଶିକାରକୁ ଯିବା ପୂର୍ବରୁ ଘରେ ଥିବା ବନ୍ଧୁକର ଟ୍ରିଗର୍ ଉପରେ ହାତ ପଡିଯିବାରୁ ସାମ୍ନାରେ ଖଟରେ ଶୋଇଥିବା ତାର ସ୍ତ୍ରୀ ସ୍ୱପ୍ନା ସାହୁର ଅଣ୍ଟାରେ ଗୁଳି ବାଜିଥିଲା।ଗୁରୁତର ଅବସ୍ଥାରେ ସ୍ୱପ୍ନାକୁ ସକାଳେ ଆମ୍ବୁଲାନ୍ସ ଯୋଗେ ତାର ମାଆ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ଗତକାଲି ଜଙ୍ଗଲ ଭିତରୁ ଜାଗୁରକୁ ପୁଲିସ ଧରିବା ସହ ତଦନ୍ତ ସମୟରେ ତା ନିକଟରୁ ଉକ୍ତ ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଏସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ ନଂ ୧୫୨/୨୪ଧାରା ୩୦୭ଆଇପିସି ଆର୍ମସ୍ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଆଇଆଇସି କୁମର ମୁଦୁଲି କହିଛନ୍ତି।

(ରିପୋର୍ଟ-ଜେ କେ ପଟ୍ଟନାୟକ)

Leave A Reply

Your email address will not be published.