ପଞ୍ଚାୟତ ଘେରିଲେ ପ୍ରବାସୀ ଓଡ଼ିଆ , ପୁଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ଶାନ୍ତ ପଡିଲା ସ୍ଥିତି ।

0 776

କୋଦଳା,୧୬/୦୭(ପିପିଟି); ଫାସି ଗ୍ରାମପଞ୍ଚାୟତ ଘେରିଲେ କ୍ଵାରେଣ୍ଟାଇନରେ ଥିବା ପ୍ରବାସୀ ଓଡ଼ିଆ । କ୍ଵାରେଣ୍ଟାଇନରେ ଯେଉଁମାନେ ଥିଲେ ସେମାନଙ୍କ ପାଇଁ ସରକାର ଦୁଇ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି  କିନ୍ତୁ ଦୀର୍ଘ ଦିନ ହେବ କ୍ଵାରେଣ୍ଟାଇନରୁ ବାହାରି ନିଜ ନିଜ ଘରକୁ ଫେରିଥିଲେ ସୁଦ୍ଧା ଆଜି ପର୍ଯ୍ଯନ୍ତ ପ୍ରୋତ୍ସାହନ ରାଶି ନ ମିଳିବାରୁ ୫୦ରୁ ଊର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ବେଗୁନିଆପଡା ବ୍ଲକ ଫାସି ପଞ୍ଚାୟତ ସମ୍ମୁଖରେ  ପାଟିତୁଣ୍ଡ କରି ଧାରଣାରେ ବସିଥିଲେ । କୌଣସି ସୂତ୍ରରୁ ଖବର ପାଇ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ଓ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ପ୍ରବାସୀ ଏବଂ ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସେଠୀଙ୍କ ସହିତ ଆଲୋଚନା କରି ପର୍ଯ୍ୟାୟ କ୍ରମେ ପ୍ରତ୍ୟକ ପ୍ରବାସୀଙ୍କ ଘରକୁ ଯାଇ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ପରାମର୍ଶ ଦେବା ପରେ ପ୍ରବାସୀ ଓଡ଼ିଆ ସେଠାରୁ ନିଜ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଫାସି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ କରି ଗ୍ରାମକୁ ସମ୍ପୂର୍ଣ ସିଲ କରାଯାଇଛି । ବହୁ ଦିନ ଧରି ସରପଞ୍ଚ ନବୀନ କୁମାର ଦଳେଇଙ୍କ ସ୍ବାସ୍ଥ୍ୟ ଖରାପ ହୋଇଅଛି । ସେ କାର୍ଯ୍ୟାଳୟକୁ ମଧ୍ୟ ଆସିପାରୁ ନାହାନ୍ତି । ଯାହା ଫଳରେ ଟଙ୍କା ଉଠାଇ ବାଣ୍ଟିବା ସମ୍ଭବପର ହୋଇପାରୁ ନାହିଁ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି କିନ୍ତୁ ଯେନ ତେନ ପ୍ରକାରେ ଟଙ୍କା ବାଣ୍ଟିବା ପାଇଁ ଚେଷ୍ଟା କରୁଥିଲେ ସୁଧା ପ୍ରବାସୀ ଓଡ଼ିଆ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା କଥା ମାନୁନଥିବା ଅଭିଯୋଗ କରିଛନ୍ତି । ସେ ଯାହା ହେଉ ପ୍ରଶାସନର ହସ୍ତକ୍ଷେପ ପରେ ସପ୍ତାହକ ମଧ୍ୟରେ ଅଙ୍ଗନୱାଡିଙ୍କ ସହାୟତା ନେଇ ପର୍ଯ୍ୟାୟ କ୍ରମେ ସମସ୍ତ ଘର ଘର ବୁଲି ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବି ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି । ଆଜିର ଏହି ପରିସ୍ଥିତିରେ ଥାନା ଅଧିକାରୀ , ତହସିଲଦାରଙ୍କ ସମେତ ଏସ୍ଆଇ ଆରତୀ ପରିଡା ଓ ଅନିଲ କୁମାର ସାହୁ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିଲେ ।

Leave A Reply

Your email address will not be published.