ପଞ୍ଚାୟତକୁ ସଟଡାଉନ ଘୋଷଣା ସହିତ ବିଶୋଧକ ସିଞ୍ଚନ କରାଯାଇଛି ।

0 406

ବରଗଡ,(ପିପିଟି)୧୪/୦୬ , ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଝାରବନ୍ଧ ପଞ୍ଚାୟତ ଓ କନ୍ଦାଡଙ୍ଗର ପଞ୍ଚାୟତରେ ଜଣେ ଲେଖାଏଁ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ଝାରବନ୍ଧ ପଞ୍ଚାୟତକୁ ସରପଞ୍ଚ ସଟଡାଉନ କରିଦେଇଛନ୍ତି । ଏପଟେ ପ୍ରଶାସନ ତରଫରୁ କନ୍ଦାଡଙ୍ଗର ଗ୍ରାମ ପଞ୍ଚାୟତର ସରଗୁଲ ଗ୍ରାମକୁ ଓ ଝାରବନ୍ଧ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ୧୦୦ମିଟର ପରିଧିକୁ କଣ୍ଟେନମେଣ୍ଟ ଯୋନ ଭାବରେ ଘୋଷଣା କରାଯାଇଛି   ଏପଟେ ସଂକ୍ରମଣ କୁ ରିକିବା ପାଇଁ ଅଗ୍ନିଶମ ବିଭାଗ ତରଫରୁ ବ୍ୟାପକ ଭାବରେ ରାସାୟନିକ ସ୍ପ୍ରେ କରାଯାଉଛି । ଅନ୍ୟପଟେ କନ୍ଦାଡଙ୍ଗର ସରପଞ୍ଚଙ୍କର କହିବା ମୁତାବକ କଣ୍ଟେନମେଣ୍ଟ ଯୋନ ପାଇଁ ରହିଥିବା ସରକାରଙ୍କର ସମସ୍ତ ନିୟମକୁ ବ୍ଲକ ପ୍ରଶାସନର ସହଯୋଗ ରେ କଠୋରତାର ସହିତ ପାଳନ କରାଯିବ ।  ଝାରବନ୍ଧରେ କେବଳ କିଛି ଔଷଧ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାରକୁ ବନ୍ଦ କରିଦିଆଯାଇଛି । ନିଜ ଅଞ୍ଚଳକୁ  ସୁରକ୍ଷିତ କରିବା ପାଇଁ ଆଜି ଲାଉଡିଦରହା ଓ ଭଇସାଦରହା ସରପଞ୍ଚ ମଧ୍ୟ ନିଜ ନିଜ ପଞ୍ଚାୟତକୁ ଆଗାମୀ ୧୭ ତାରିଖ ପର୍ଯନ୍ତ ସଟଡାଉନ ଘୋଷଣା କରିଛନ୍ତି । କୋଭିଡ଼ ୧୯ର ନିୟମ ମୁତାବକ ଲୋକଙ୍କର ସୁରକ୍ଷା ନିମନ୍ତେ ବ୍ଲକ ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି  ଝାରବନ୍ଧ ବିଡିଓ ରୁନୁ ଲାକ୍ରା ଜଣାଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.