ନୟାଗଡରେ ଖୋଲିଲା ୧ମ କୋଭିଡ୍ -୧୯ ହସ୍ପିଟାଲ ।

0 192

ନୟାଗଡ,(ପିପିଟି ନ୍ଯୁଜ୍)୧୮/୦୪-ନୟାଗଡରେ ଖୋଲିଲା ଜିଲ୍ଲାର ୧ମ  କୋଭିଡ୍ -୧୯ ହସ୍ପିଟାଲ ହେଲଥ୍ ସେଣ୍ଟର ।ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ କୁ ଜିଲ୍ଲା ର  ପ୍ରଥମ  କୋଭିଡ-୧୯ ହସ୍ପିଟାଲ  ହେଲଥ କେଆର ସେଣ୍ଟର ଭାବରେ  ଆଜି ପ୍ରଶାସନିକ ସ୍ତରରେ ଜିଲ୍ଲାପାଳ ଡ଼କ୍ଟର  ପୋମା ଟୁଡୁ ଉଦଘାଟନ କରିଛନ୍ତି । ସ୍ୱତନ୍ତ୍ର ଭାବରେ କୋରୋନା ପୋଜେଟିଭ ଚିହ୍ନଟ ହୋଇଥିବା ରୋଗୀ ତଥା କୋରନା ସନ୍ଦିଗ୍ଧ ମାନଙ୍କୁ ଏଠାରେ କ୍ବାରେଣ୍ଟାଇନରେ ରଖିବା ପାଇଁ ହୋଇଥିବା ଏହି ହେଲଥ୍ କେଆର ସେଣ୍ଟରରେ ୨୦୦ଟି ଶଯ୍ୟା ରହିଛି । ୧୩ଜଣ ଡାକ୍ତରଙ୍କ ସମେତ ମୋଟ ୧୦୦ଜଣ ସ୍ବାସ୍ଥ୍ୟ କର୍ମିଙ୍କୁ ଏଠାରେ ନିଯୁକ୍ତି  କରାଯାଇଛି ।ଏହି ଉଦ୍ଘାଟନରେ ଜିଲ୍ଲାପାଳଙ୍କ ସହ କୋଭିଡ -୧୯ ହସ୍ପିଟାଲ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବି. ରାୱ  ନୟାଗଡ ଏସପି.ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ   ।
ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.