ଶେରଗଡ଼ ୦୮/୦୮(ପିପିଟି):ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁରେ ଭାରତ ସରକାରଙ୍କ ଯୁବ ଓ ଖେଳ ମନ୍ତ୍ରାଳୟ ଅଧିନ ନେହେରୁ ଯୁବ କେନ୍ଦ୍ର ଓ ସ୍ବାମୀ ବିବେକାନନ୍ଦ ଯୁବ ପରିଷଦ ଆନୁକୂଲ୍ୟରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସମାଜରେ ସ୍ବଚ୍ଛତା ଓ ଉତ୍ତମ ସ୍ବାସ୍ଥ୍ଯ ମଣିଷର ସାର୍ବଙ୍ଗୀନ ବିକାଶ ସହ ପରିବେଶ ସନ୍ତୁଳନ ପ୍ରତି ସକରାତ୍ମକ ପ୍ରଭାବ ପକାଇଥାଏ।ଏପରିକି ଯୁବ ବର୍ଗଙ୍କ ମାନସିକ,ବୌଦ୍ଧିକ ଶକ୍ତିକୁ ଉତ୍ତମ ଫଳପ୍ରଦ ହୋଇଥାଏ। ତତ୍ ସହିତ ଯୁବବର୍ଗଙ୍କ ମନରେ ସାମାଜିକ ଦାୟିତ୍ୱବୋଧକୁ ଉଜ୍ଜିବୀତ କରି ବ୍ଯକ୍ତିଗତ ସାଧନା ସହ ସମାଜ ପ୍ରତି ଥିବା କର୍ତ୍ତବ୍ଯକୁ ଚରିତାର୍ଥ କରି ସାମାଜିକ କାର୍ଯ୍ୟରେ ନିୟୋଜିତ କରିବାର ମହତ୍ ଉଦ୍ଦେଶ୍ଯ ନେଇ ନେହେରୁ ଯୁବ କେନ୍ଦ୍ରର ଶେରଗଡ଼ ବ୍ଲକ ସ୍ବେଚ୍ଛାସେବୀଙ୍କ ନେତୃତ୍ବରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଯୁବକ ସଂଘର ସଦସ୍ଯ ମାନଙ୍କ ଦ୍ବାରା ଗ୍ରାମର ପ୍ରମୁଖ ସ୍ଥାନକୁ ସଫେଇ କରି ଜନସଚେତନତା କରିବା ସହ ନିଜ ଜୀବନରେ ସ୍ବଚ୍ଛତାକୁ ଆପଣାଇ ଏକ ସୁସ୍ଥ ଜୀବନ ଗଢିତୋଳିବା ସକାଶେ ସାମୂହିକ ଶପଥ କରିଥିଲେ। ଏଥିରେ କୃଷ୍ଣ ଚନ୍ଦ୍ର ସୁଆଁସିଆ, ଅନିଳ ପ୍ରଧାନ,ତ୍ରିନାଥ ଲେଙ୍କା, ନବଘନ ବିଶ୍ବାଳ ଆଦି ଯୁବକ ସଂଘର ସଦସ୍ଯ ସମେତ ବହୁ ବରିଷ୍ଠ ନାଗରିକ ସହଯୋଗ କରିବା ସହ ଏଭଳି ସଚେତନ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।
(ରିପୋର୍ଟ- ଭିକୁ ନାୟକ। )