ନୂତନ ଜୀବେ ନିଷ୍ଠୁରତା ନିରୋଧ ସମିତି ଗଠିତ ।

0 316

ମାଲକାନଗିରି,୦୮/୦୧(ପିପିଟି): ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଠାରେ ଜୀବେ ନିଷ୍ଠୁରତା ନିରୋଧ ସମିତି ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଅଧ୍ୟକ୍ଷତା ଗଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ କାର୍ଯ୍ୟକାରୀ ସଦସ୍ୟ ରୂପେ ମାଲକାନଗିରି ପୌରପରିଷଦ କାର୍ଯ୍ଯନିର୍ବାହୀ ଅଧିକାରୀ ତ୍ରିଶୂଲ ମାର୍ଡି, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଗୌରୀ ଶଙ୍କର ପ୍ରସାଦ , ପବିତ୍ର କୁମାର ଦାସ , ଶଙ୍କର କ୍ଷିତି, ବ୍ରହ୍ମଚାରୀ ମାଧବ ଚୈତନ୍ୟ,ସୀତାରାମ ସାମନ୍ତରା, ଟୁକୁଲୁ ପ୍ରଧାନ,ଲକ୍ଷ୍ମୀ ନାରାୟଣ , ନରେଶ ସାମଲ, ଭାରତୀୟ ଜୀବ ମଙ୍ଗଳ ବୋର୍ଡ ପ୍ରତିନିଧି ରାମ କୃଷ୍ଣ ଚୌଧୂରୀ,ଜିଲ୍ଲା ପ୍ରାଣୀ ମଙ୍ଗଲ ଅଧିକାରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ , ଡ. ଦେବଶିସ ଷଢଙ୍ଗୀ , ସୌମ୍ୟ ରଞ୍ଜନ ଖଟୁଆ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତି ଜ୍ଯୋତ୍ସ୍ନାମୟୀ ଆଚାର୍ଯ୍ଯ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଆଲୋଚନା ହୋଇଥିବା ପ୍ରସଂଗ ଗୁଡିକ ହେଲା,ମାଲକାନଗିରି ପୌରାଞ୍ଚଳ ଓ ବଲିମେଳା ବିଜ୍ଞାପିତ ଅଞ୍ଚଳରେ ପ୍ରଥମେ ଗୋବଂଶର ଚିହ୍ନଟ କରାଯିବ । ଗୋ ସଂପଦର ବିକ୍ରି ପୂର୍ବରୁ ସେମାନେ ପ୍ରାଣୀ ଚିକିତ୍ସକଙ୍କ ଠାରୁ ପଞ୍ଜୀକରଣ କରି ଔଷଧ ନେଇଥିବା ପ୍ରମାଣ ପତ୍ର ପରେ ହିଁ ବିକ୍ରି କରି ପାରିବେ, ନଚେତ୍ ଧରାପଡିଲେ ଆଇନ ଅନୁସାରେ ଦଣ୍ଡିତ ହେବେ । ଜିଲ୍ଲାର ସମସ୍ତ ପୁଲିସ ଅଧିକାରୀଙ୍କୁ ଜୀବେ ନିଷ୍ଠୁରତା ନିରୋଧ ଆଇନ୍ ବିଷୟରେ ସଚେତନ କରାଯିବା ନିମନ୍ତେ ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରାଗଲା । ସଚେତନ ନିମନ୍ତେ ପ୍ରଚାର ପତ୍ର, କନ୍ଥ ଚିତ୍ର,ଚଳଚ୍ଚିତ୍ର, ଡାକବାଜି ଯନ୍ତ୍ର ଦ୍ୱାରା ଓ ସ୍କୁଲ କଲେଜରେ ସଚେତନ ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରିବା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କୁ ଦାୟିତ୍ଯ ନ୍ଯସ୍ତ କରାଗଲା ।ଗୋଚର ଜମି ଚିହ୍ନଟ ଓ ଜବରଦଖଲ ମୁକ୍ତି କରିବା, ମହିଳା ସ୍ୱୟଂ ସହାୟିକାଙ୍କୁ ଘାସ ଚାଷ ନିମନ୍ତେ ପ୍ରୋତ୍ସାହନ କରିବା, ମାଲକାନଗିରି ସହରରେ ଥିବା କାଞ୍ଜିଆ ହୁଦାର ସୁସ୍ଥ ବାତାବରଣରେ ପ୍ରାଣୀମାନେ ରହିବା ଲାଗି ପ୍ରତି ସପ୍ତାହରେ ପ୍ରାଣୀମଙ୍ଗଳ ଅଧିକାରୀ ପରିଦର୍ଶନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରଗଲା । ରାସ୍ତାକଡରେ ମାଛ ମାଂସ ଦୋକନ ନକରିବା ତଥା ଏହାକୁ ଅମାନ୍ୟ କଲେ ଆଇନ ଗତ ଦଣ୍ଡବିଧାନ ପାଇଁ ଆରକ୍ଷୀ ଅଧୀକ୍ଷଙ୍କୁ ଦାୟିତ୍ଯ ନ୍ଯସ୍ତ କରାଗଲା । ୨୦୧୯ ମସିହାରୁ ଜିଲ୍ଲାର ୬ ଟି ପ୍ରାଣୀ ଆବାସ ସ୍ଥଳୀର ସ୍ଥାନ ଚୟନ ଓ ପ୍ରାଣୀ ମଙ୍ଗଳ ବିଭାଗକୁ ହସ୍ତାନ୍ତର ଲାଗି ପ୍ରତ୍ୟେକ ତହସିଲଦାର ଓ ବ୍ଲକ୍ ପ୍ରାଣୀ ଅଧିକାରୀଙ୍କୁ ପତ୍ରାଳାପ କରିବାକୁ ସମ୍ପାଦକଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ବୈଠକ ଶେଷରେ ଡ. ଅଶୋକ କୁମାର ତ୍ରୀପାଠି ଉପସ୍ଥିତ ସମସ୍ତ ଅଧିକାରୀ, ପ୍ରାଣୀ ପ୍ରେମୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.