ନିୟମ ପାଳନ କଲେ କୋହଳ ହେବ କଟକଣା ।

0 202

ଭଞ୍ଜନଗର,୨୬/୦୭(ପିପିଟି);କୋରନା କୁ ନେଇ ଗତମାସ ୨୫ତାରିଖରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା କରାଯାଇଛି । ଏକ ମାସ ହେଲାଏହି ଅଞ୍ଚଳରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଫଳରେ ପ୍ରତିଦିନ ନୂଆ ନୂଆ ପଜିଟିଭ କେଶ ସାମ୍ନାକୁ ଆସୁଛି, ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି । ଦୀର୍ଘ ଦିନ ହେଲା ଦୋକାନ ବଜାର ବନ୍ଦ ରହିବ ଯୋଗୁଁ ବ୍ୟବସାୟୀ ଓ ଜନସାଧାରଣ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଆଦର୍ଶ କିରାଣୀ ବଣିକ ସଂଘ ଏବଂ ଓକିଲ ସଂଘର ସଦସ୍ୟମାନେ ଆଜି ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ବିଶାଳ ସିଂ କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିଥିଲେ । ଭଞ୍ଜନଗର ସହରକୁ ସମ୍ପୂର୍ଣ୍ଣ କଟକଣା ମୁକ୍ତ କରିଦେଲେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଆସନ୍ତା ୩୧ତାରିଖରେ ସଟଡାଉନ ଉଠିବା ପରେ ପରୀକ୍ଷା ମୂଳକ ଭାବେ କଟକଣା କୋହଳ କରାଯିବା ପାଇଁ ସ୍ଥିର ହୋଇଛି । ଏଥିସହ ସମସ୍ତ ଦୋକାନ ସାମ୍ନାରେ ବ୍ୟାରିକେଡ ନିର୍ମାଣ, ସାମାଜିକ ଦୂରତ୍ୱ ଓ ଭିଡ଼ ଉପରେ ଦୃଷ୍ଟି ଦିଆଯିବ।ଯଦି କୋଭିଡ଼ ନିୟମ ସମସ୍ତେ ପାଳନ କରନ୍ତି ତାହେଲେ ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟ ପାଇଁ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯିବ ବୋଲି ଏଡ଼ିଏମ ଶ୍ରୀ ସିଂ ସୂଚନା ଦେଇଛନ୍ତି ।

ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.