ନିର୍ବାହିଅଧିକାରୀ ଙ୍କୁ ଦାବୀପତ୍ର ପ୍ରଦାନ

0 370

ପଦ୍ମପୁର,(ପିପିଟି ନ୍ଯୁଜ୍):- ୨୧/୩-ମାତ୍ର ୧୧ ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବରଗଡ ଜିଲ୍ଲାର ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ର ୨ ନମ୍ବର ୱାର୍ଡ ଶାନ୍ତିନଗର ରେ ପ୍ରଶାସନ ତରଫରୁ କରୋନା ଭାଇରସ ଉପରେ ଲୋକଙ୍କୁ ସଚେତନତା କରିବାପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆନଯାଇଥିବା କାରଣରୁ ଶାନ୍ତିନଗରବାସୀ ଙ୍କ ତରଫରୁ ଉକ୍ତ ପ୍ରସଙ୍ଗ କୁ କେନ୍ଦ୍ର କରି ଅଧିକରୁ ଅଧିକତର ସଚେତନା ସୃଷ୍ଟିକରିବାକୁ ସ୍ଥାନୀୟ ପ୍ରସାଶନ କୁ ଦାବୀପତ୍ର ପ୍ରଦାନ କରାଯାଇଛିା ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ସଫେଇକାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ମାନଙ୍କୁ ମାକ୍ସ ଓ ଗ୍ଲୋବ୍ସ ଭଳି ଆବଶ୍ୟକୀୟ ଜିନିଷପତ୍ର ଯୋଗାଇବାସହ ଅଂଚଳର ନାଳନର୍ଦମା କୁ ସଫାରଖିବା ଏବଂ ସପ୍ଲାଇ ପାଣିରେ ଆସୁଥିବା ନର୍ଦମାପାଣି କୁଧ୍ୟାନଦେବାକୁ ଅନୁରୋଧ କରାଯାଇଛିା ଆହୁରି ଅନେକ ସମସ୍ୟା ଗୁଡିକ ଉଲେ୍ଖନୀୟ ଦାବୀ ପ୍ରଦାନବେଳେ ଶାନ୍ତିନଗର ର ସର୍ବଶ୍ରୀ:-କୁନାଲ ପାଣିଗ୍ରାହୀ,ଦେବାଷିସ ରଥ,ପ୍ରତାପ ନାଥ,ଅମିୟ ପୁରୋହିତ,ମାନସରଂଜନ ମହାନ୍ତି,ପ୍ରଫୁଲ୍ଲ ବେହେରା,ଚିତ୍ତରଂଜନ ବିଶି,ଦେବାଶିଷ୍ ସାହୁ,ଝସକେତନ ପଶାୟତ,ମୁକେଶ ବେହେରା ପ୍ରମୁଖ ଉପସ୍ଥିତି ରେ କୁନାଲ ପାଣିଗ୍ରାହୀ ଙ୍କ ହସ୍ତ ରୁ ନିର୍ବାହିଅଧିକାରୀ ମହାଶୟ ଦାବୀପତ୍ରକୁ ଗ୍ରହଣ କରି ଆଶୁସମାଧାନ ପାଇଁ ନିର୍ଭର ପ୍ରତିଶୃତି ଦେଇଛନ୍ତି କି ଖୁବ ଶୀଘ୍ର ଏହାର ସମାଧାନ ହୋଇଯିବା

Leave A Reply

Your email address will not be published.