ଶେରଗଡ,୧୪/୦୭(ପିପିଟି); ଶେରଗଡ଼ ହରଭଙ୍ଗୀ ଜଳସେଚନ ପ୍ରକଳ୍ପରୁ ଗୋବିନ୍ଦପୁର ଜଳ ଯୋଗାଣ ବ୍ୟବସ୍ଥା ହେଉଥିବା ବେଳେ ନରେନ୍ଦ୍ରପୁର ଗ୍ରାମକୁ ମଧ୍ୟ ଜଳଯୋଇବା ପାଇଁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ନିବାଶୀ ଚାଷୀ ସମାଜ ଆଜି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଦାବି ଜଣାଇଛନ୍ତି। ନରେନ୍ଦ୍ରପୁର ନିମ୍ନ ଭାଗରେ ଥିବା ପ୍ରାୟ ଦେଢଶହ ହେକ୍ଟର ଜମିରେ ସମସ୍ତ ପ୍ରକାର ପରିବା ଚାଷ କରାଯାଇଥିବା ବେଳେ ଡିସେମ୍ବର ମାସ ଶେଷ ବେଳକୁ ବଡଘାଟି ଘାଇ ର ସମସ୍ତ ପାଣି ଶୁଖିଯିବା କାରଣ ରୁ ସମସ୍ତ ଚାଷୀ କୁଳ ପାଣି ଅଭାବ ରୁ ହତାଶ ହୋଇଯାନ୍ତି ଏବଂ ପରିବା ଚାଷ ମଧ୍ୟ ଉଜୁଡି ନଷ୍ଟ ହୋଇଯାଏ। ଯାହା ଫଳ ରେ ଚାଷୀ ସମାଜର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଯାଏ।ବର୍ତ୍ତମାନ ହରଭଙ୍ଗୀ ଜଳ ପ୍ରକଳ୍ପ ଯୋଜନା ରୁ ପାଇପ ଯୋଗେ କେ. ନୂଆଗଡ ମଧ୍ୟ ଦେଇ ଗୋବିନ୍ଦପୁର ଚାଷ ଜମି କୁ ଜଳ ଯୋଗାଇବା ବ୍ୟବସ୍ଥା କରାଯାଉଛି ।ସେହି ଜଳ ଯୋଗାଣ ବ୍ୟବସ୍ଥା ମାଧ୍ୟମ ରେ କେ.ନୂଆଗଡ ଠାରୁ ନରେନ୍ଦ୍ରପୁର ବଡଘାଟି ମଧ୍ୟ ଜଳ ଯୋଗାଇବା ବ୍ୟବସ୍ଥା କରାଗଲେ ନରେନ୍ଦ୍ରପୁର ସମସ୍ତ ଚାଷ ଜମିରେ ଜଳସେଚନର ଉତ୍ତମ ବ୍ୟବସ୍ଥା ହୋଇପାରିବ ବୋଲି କହିଛନ୍ତି। ଉକ୍ତ ଜଳ ସେଚନ ବ୍ୟବସ୍ଥାରୂ ବଡଘାଟି ଘାଇ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରାଗଲେ ନରେନ୍ଦ୍ରପୁର ଗ୍ରାମର ସମସ୍ତ ଚାଷୀ ସମାଜ ଦ୍ବାରା ଉତ୍ତମ ପରିବା ଚାଷ ହେବା ସଙ୍ଗେ ସଙ୍ଗେ ବିଶେଷ ରୂପେ ଉପକୃତ ହେବେ ବୋଲ କହିଛନ୍ତି।ବରୁଣ ପୋଲାଇ, ରବୀନ୍ଦ୍ର ନାଥ ଦାଶ, ଚନ୍ଦ୍ର ଶେଖର ନାୟକ, ସରୋଜ କୁମାର ପାତ୍ର, ସୂର୍ଯ୍ୟ ନାରାୟଣ ଦାଶ, ଦୁର୍ଯ୍ୟୋଧନ ପୋଲାଇ, ଉପସ୍ଥିତ ରହି ଦାବି ଜଣାଇଛନ୍ତି।
(ରିପୋର୍ଟ- ଭିକୁ ନାୟକ। )