ନବରଙ୍ଗପୁର ଠାରେ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ।

0 278

ନବରଙ୍ଗପୁର,୦୮/୦୬: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ରାଜ୍ୟ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ସମୀକ୍ଷା ଏବଂ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ଆସନ୍ତା ୧୨.୬.୨୫ ରୁ ୧୮.୬.୨୫ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ବିକାଶ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାଶ, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସି ଡି ଓ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ମନ୍ତ୍ରୀ ଦ୍ଵୟଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଗୃହରେ ସ୍ବାସ୍ଥ୍ୟ,ଖଣି, ପରିବହନ,ପାନୀୟ ଜଳ,ଯୋଗାଣ, ସାମାଜିକ ସୁରକ୍ଷା,ସମାଜ କଲ୍ୟାଣ, ଶିଳ୍ପ,ଶ୍ରମ,ଦକ୍ଷତା ବିକାଶ, ଜିଲ୍ଲା ପରିଷଦ ବିଭାଗର ବର୍ଷ ପୂର୍ତ୍ତି ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଓ ଯୋଜନା ପ୍ରଣୟନ ଉପରେ ବିଭିନ୍ନ ତଥ୍ୟ ପି ପି ଟି ମାଧ୍ୟମରେ ମନ୍ତ୍ରୀ ଅବଗତ ହୋଇଥିଲେ। ନୂତନ ମଣ୍ଡେଇ ପଡିଆରେ ଆୟୋଜିତ ହେବାକୁ ଥିବା ବିକାଶ ମେଳାରେ ବିଭିନ୍ନ ବିଭାଗୀୟ ଷ୍ଟଲ୍,ଖାଦ୍ୟ ଉତ୍ସବ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା,ସାଂସ୍କୃତିକ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳରୁ ବ୍ଲକ ଓ ସହରାଞ୍ଚଳରେ ବିକାଶ ବାହନ ଯାତ୍ରା ଦ୍ଵାରା ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବିଶେଷ ପ୍ରଚାର ପ୍ରସାର ,ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଶାନ୍ତି ଶୃଙ୍ଖଳା, ପାର୍କିଂ,ମାଜିଷ୍ଟ୍ରେଟ ଦାୟିତ୍ଵ,ଶୌଚାଳୟ, ପାନୀୟ ଜଳ,ପରିମଳ, ଅଗ୍ନିଶମ ନିରାପତ୍ତା,ଷ୍ଟଲ୍,ସାଂସ୍କୃତିକ କାର୍ଯ୍ୟକ୍ରମ, ପଡିଆ ସଫେଇ, ବିଶେଷ ପ୍ରଚାର ପ୍ରସାର,ମିଡିଆ,ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା, ଷ୍ଟେଜ,ଅତିଥି ସ୍ଵାଗତ,ବିଦ୍ୟୁତ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇ ଏହାର ସଫଳ ରୂପାୟନ ପାଇଁ ବିଶେଷ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ଷ୍ଟଲ୍ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପକୁ ସଫଳ ଭାବରେ ପ୍ରଦର୍ଶନ ପାଇଁ ବିଶେଷ ଗୁରୁତ୍ବ ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲାରେ ବିଭିନ୍ନ ଷ୍ଟାର୍ଟଅପ ଉଦ୍ୟୋଗୀ ଏବଂ ଶିଳ୍ପ ଉଦ୍ୟୋଗୀଙ୍କୁ ଉତ୍ସାହିତ,ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଓ କାର୍ଯ୍ୟ,ବିଶିଷ୍ଟ ଖେଳାଳି, ସାହିତ୍ୟିକ, କଳାକାର  ଉପରେ ବିଶେଷ ଧାରଣା,ବିଭାଗୀୟ ସଫଳ କାହାଣୀର ପ୍ରଦର୍ଶନ, ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ଇକୋ ଟୁରିଜମ ,ସଡ଼କ ସୁରକ୍ଷା ଓ ଶୁନ ଦୁର୍ଘଟନା ଦିବସ,ମକା ପ୍ରକ୍ରିୟାକରଣ ଓ ଆନୁଷଙ୍ଗିକ ଶିଳ୍ପ ର ବିକାଶ,ଆଦର୍ଶ ଥାନା,ପୋଷଣ, ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଉପରେ ଗୁରୁତ୍ବ ଦେଇ ମନ୍ତ୍ରୀ ଶ୍ରୀଜେନା କହିଥିଲେ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜିଲାରେ ବିଭାଗୀୟ ବିଭିନ୍ନ ଯୋଜନାର ପ୍ରଣୟନ ଓ ହିତାଧିକାରୀ ମାନଙ୍କୁ ପହଞ୍ଚିଥିବା ସହାୟତା,ବିକାଶ ମୂଳକ କାର୍ଯ୍ୟକ୍ରମର ବିକାଶ ମେଳାରେ ସଫଳ ପ୍ରଦର୍ଶନ ଓ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ଜିଲା ପ୍ରଶାସନକୁ କହିଥିଲେ।ବିକାଶ ମେଳାରେ ମୋଟ ବିଭାଗୀୟ ଷ୍ଟଲ୍ ୩୬ ଏବଂ ପାରମ୍ପରିକ ଖାଦ୍ୟ ଷ୍ଟଲ ୨୫ ଏଭଳି ୬୧ ଟି ଷ୍ଟଲର ଆୟୋଜନ କରାଯାଉଛି। ଶେଷରେ ଅତିରିକ୍ତ ଜିଲାପାଳ ତପନ କୁମାର ଖୁଣ୍ଟିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.