ନକଲି ବନ୍ଧୁକ ଦେଖାଇ ଲୁଟ, ତିନି ଗିରଫ ।

0 1,119

ପଦ୍ମପୁର,୦୯/୦୭(ପିପିଟି); ପଦ୍ମପୁର ଉପଖଣ୍ତ ପାଇକମାଲ ଥାନା ଅନ୍ତର୍ଗତ ପଦ୍ମପୁର ପାଇକମାଲ ରାସ୍ତା ତାରୀଣି ମନ୍ଦୀର ନିକଟରେ ବୁଧବାର ଦିନ ସନ୍ଧ୍ୟା ପ୍ରାୟ ଘ.୦୮ଟା ସମୟରେ ରିଣ୍ଟୁ ସାହୁ ନାମକ ଜଣେ ଟେଙ୍କର ଚାଳକ ପଦ୍ମପୁର ପଟୁ ଟେଙ୍କର ନେଇ ତାଙ୍କର ଜଣେ ସହାୟକଙ୍କ ସହ ଯାଉଥିବା ବେଳେ ପାଇକମାଲ ନିକଟସ୍ଥ ତାରୀଣି ମନ୍ଦୀର ନିକଟରେ ତିନି ଜଣ ଯୁବକ ପାଇକମାଲ ପଟୁ ଏକ ହିରୋ ଗ୍ଲେମର ବାଇକରେ ଆସି ହାତ ମାରି ଟେଙ୍କରଟି କୁ ଅଟକାଇବା ସହ ଏକ ନକଲି ବନ୍ଧୁକ ସାହାଯ୍ୟରେ ଉକ୍ତ ଟେଙ୍କର ଚାଲକଙ୍କୁ ଡରାଇବା ସହ ଟେଙ୍କର ଚାଳକ ଏବଂ ତାଙ୍କ ସହାୟକଙ୍କ ଠାରୁ  ୨୫୦୦ ଟଙ୍କା  ଏବଂ ଗୋଟିଏ ମୋବାଇଲ ଫୋନ ଲୁଟ କରିନେଇଥିଲେ। ଏହି ସମୟରେ ଏକ ଲୁହା ରଡ ସାହାଯ୍ୟରେ ଚାଳକ ଏବଂ ତାଙ୍କ ହେଲ୍ପରକୁ ବାଡେଇ  ଥିଲେ । ଏ ନେଇ ଉକ୍ତ ଚାଳକ ପାଇକମାଲ ପୋଲିସ ଠାରେ ଏତଲା ଦେବା ପରେ ପାଇକମାଲ ପୋଲିସ କେଶ ନମ୍ବର ୧୦୫ ତା.୦୮.୦୭.୨୦୨୦ ୟୁ/ଏସ ୩୯୪ ଆଇ.ପି.ସି./ ଆର..ଡବ୍ଲୁ ସେକ୍ସନ ୨୫/୨୭ ଅର୍ମ ଏକ୍ଟ ଅନୁଯାୟି ଏକ ମାମଲା ରୁଜ୍ଜୁ କରିବା ସହ ପାଇକମାଲ ଡି.ଏସ.ପି. ଦିନେଶ ନାୟକଙ୍କ ଅଧ୍ୟକ୍ଷତାରେ ପାଇକମାଲ ଥାନା ଅଧିକାରୀ ବିଶ୍ବଜିତ ମନବୋଧ , ସବ ଇନ୍ସପେକ୍ଟର ବି.ବି. ବାଗ, ସବ ଇନ୍ସପେକ୍ଟର ପି.କେ. ପାଣିଗ୍ରାହୀ ଏସିଷ୍ଟେଣ୍ଟ ସବ ଇନ୍ସପେକ୍ଟର ଏସ. କେ. ଦାଶ ପ୍ରମୁଖଙ୍କୁ ନେଇ ଏକ ଟିମ ଗଠନ କରିବା ସହ ଘଟଣାର ତଦନ୍ତ କରି ତିନି ଜଣ ଅପରାଧିଙ୍କୁ ଲୁଟ ସାମଗ୍ର ଏବଂ ଅପରାଧରେ ବ୍ୟବହୃତ ହତିଆର ବାଇକ ସହ ଗିରଫ କରିଥିଲେ। ଉକ୍ତ ତିନିଜଣ ପାଇକମାଲ ଅଂଚଳର ପଙ୍କଜ ମାଝୀ, ରବି ପ୍ରଧାନ, ଏବଂ କୃଷ୍ନ ସାହୁ ବୋଲି ଜଣା ପଡିଥିବା ବେଳେ ଅପରାଧ ରେ ବ୍ୟବହାର ହୋଇଥିବା ବନ୍ଧୁକଟି ପ୍ରକୃତରେ ନକଲି ବୋଲି ତଦନ୍ତ ପରେ ଜଣା ପଡିଥିବାର ବରଗଡ ଜିଲ୍ଲା ଏସ୍‌.ପି. ପଦ୍ମିନି ସାହୁ ପଦ୍ମପୁର ଉପଖଣ୍ତ ପୋଲିସ ଅଧିକାରୀ ପ୍ରଦିପ ସାହୁଙ୍କ କାର୍ଯ୍ୟଳୟରେ ହୋଇ ଥିବା ସାମ୍ବାଦିକ ସମ୍ମିଳନିରେ ପ୍ରକାଶ କରିବା ସହ ତିନି ମୁଦାଲା ମାନଙ୍କୁ କୋର୍ଟ ଚାଲାଣ କରାଯଉଥିବାର ସୁଚନା ଦେଛନ୍ତି।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.