ଧାନମଣ୍ଡି ପରିଦର୍ଶନ କଲେ ଜିଲ୍ଲାପାଳ ।

0 973

ଉଲୁଣ୍ଡା,(ପିପିଟି)୧୦/୦୬, ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରିବା ସହ ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି ଜିଲ୍ଲାପାଳ ମନୀଷା ବାନାର୍ଜୀ ।ବ୍ଲକର କଳାପଥର ଯାଲୋଏ,ମୁଣ୍ଡଘଟ,କୋଟସମଳାଇ,ମହଦା,ସିଂଢୋଲ,ଯଉଁରାଭଉଁରା ପଂଚାୟତର ବିଭିନ୍ନ ମଣ୍ଡି ବୁଲି ଦେଖିବା ସହ କଳାପଥର,ଯାଲୋଏ,କୋଟସମାଳାଇ ମଣ୍ଡିରୁ ଧାନ ନ ଉଠୁ ଥିବାରୁ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ କର୍କରାଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ ।ଧାନ ବିକ୍ରି ବେଳେ ମିଲର୍ସମାନେ ବସ୍ତା ଫେରାଉ ନଥିବାରୁ ଜିଲ୍ଲାପାଳଙ୍କ ଠାରେ ଚାଷୀମାନେ ଅଭିଯୋଗ କରିଥିଲେ ।ଦିନବେଲା ପ୍ରବଳ ଖରା ଓ ଗରମ ହେଉ ଥିବାରୁ ଦିନ ୯ ଟାରୁ ସନ୍ଧ୍ୟା ୫ ଟା ଭିତରେ ଧାନ ଲୋଡ଼ କରିବା ବଦଳରେ ରାତିରେ ଲୋଡ଼ କରିବାକୁ ସମସ୍ତ ସମବାୟସମିତି ସମ୍ପାଦକ ଓ ସ୍ୱୟଂସହାୟିକା ଗୋଷ୍ଠି ସଭ୍ୟା ମାନଙ୍କୁ ନିର୍ଦେଶ ଦେଇଛନ୍ତି ।ଏ ଅବସରରେ ଉଲୁଣ୍ଡା ବିଡ଼ିଓ ନିଲାମ୍ବର ମହନନ୍ଦ,ବ୍ଲକ ଯୋଗାଣ ଅଧିକାରୀ ରାଜକିଶୋର ନାୟକ,ସହକାରୀ ଯନ୍ତ୍ରୀ ଅବହୁ ଅଧିକାରୀ ଉପସ୍ଥିତ ଥିଲେ ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.