ଧରିତ୍ରୀ ସାମ୍ବାଦିକଙ୍କୁ ହତ୍ୟା ଧମକ;ଥାନାରେ ଅଭିଯୋଗ,କାର୍ଯ୍ୟାନୁଷ୍ଠାନ ଶୂନ ।

0 945

ପୋଲସରା,ତା- ୨୫/୦୬(ପିପିଟି) ସାମ୍ବାଦିକ ମାନଙ୍କୁ କେଉଁଠି ହତ୍ୟା ହେଉଛି ତ ଆଉ କେଉଁଠି ଅପହରଣ ହେଉଛି ଆଉ କେଉଁଠି ହତ୍ୟା ଧମକ ଦେଇ ଆକ୍ରମଣ ହେଉଛି। ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ସାନବରଗାଁ ଗ୍ରାମରେ। ଯାହାକୁ ନେଇ ଗତ ମଙ୍ଗଳବାର ସାମ୍ବାଦିକ ଶିବ ପ୍ରସାଦ ସାହୁ ପୋଲସରା ଥାନାରେ ସେକେଣ୍ଡ ଅଫିସର ବିୟୁଟି ମହାନ୍ତିଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ନିମିନା ଗ୍ରାମପଞ୍ଚାୟତ ସାନବରଗାଁ ଗ୍ରାମର କାର୍ତ୍ତିକ ସାହୁଙ୍କ ୩ୟ ପୁଅ ବସନ୍ତ କୁମାର ସାହୁ ସୋସିଆଲ ମିଡ଼ିଆ ଫେସବୁକରେ ନିଜ ଆଇଡିରେ ଚଳିତ ମାସ ୧୮ ତାରିଖ ସକାଳ ଘ୭.୧୭ମିନିଟ ସମୟରେ ସାମ୍ବାଦିକ ଶିବ ପ୍ରସାଦ ସାହୁଙ୍କ ଫୋଟ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ସୋସିଆଲ ମିଡ଼ିଆ ରେ ଛାଡିଛନ୍ତି । ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରେ ସମ୍ମାନ କ୍ଷୁର୍ଣ୍ଣ ହେଉଛି। ଏଥି ସହ ଏହାକୁ ନେଇ ସାମ୍ବାଦିକ ଶିଵ ପ୍ରସାଦ ସାହୁ ମୋ ଫୋଟ ଉପରେ ଅଶାଳୀନ ମନ୍ତବ୍ୟ ନେଇ କଣ ପାଇଁ ଲେଖିଛୁ ବୋଲି ବସନ୍ତ ସାହୁକୁ ପଚାରିବାରୁ ତାଙ୍କୁ ଓ ତାଙ୍କ  ପରିବାରକୁ  ଜୀବନରେ ମାରିଦେବାର ହତ୍ୟା ଧମକ ଦେଇ କହିଲା କି ହାତ ଓ ଗୋଡ ଦୁଇଟାକୁ  ହାଣିଦେଲେ ଆଉ କଲମ ଧରିପାରିବ ନାହିଁ ବୋଲି କହିଥିବା ନେଇ ସାମ୍ବାଦିକ ଶ୍ରୀ ସହୁ ଅଭିଯୋଗରେ ଦର୍ଶାଇଛନ୍ତି । ଜୀବନ ପ୍ରତି ବିପଦ ସଙ୍କେତ ରହିଥିବା ହେତୁ ପୋଲସରା ଥାନାରେ ପହଁଚି ପୋଲିସ ନିକଟରେ ସୁରକ୍ଷା ପାଇଁ କହିଥିଲେ। ଶ୍ରୀ ସାହୁ ଦୈନିକ ଖବରକାଗଜ ସର୍ବସାଧାରଣ ଓ ଧରିତ୍ରୀ ରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସାମାଜ ସାମ୍ବାଦିକଙ୍କୁ ଧମକ ନେଇ ପୋଲସରା ଥାନାରେ ମାମଲା ରୁଜୁ ହୋଇଛି । ଶ୍ରୀ ସାହୁ ଗତ ୨୩ ତାରିଖରେ ପୋଲସରା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ।

Leave A Reply

Your email address will not be published.