ଦେଶର ଶ୍ରେଷ୍ଠ ଥାନା ତାଲିକାରେ ଗାଙ୍ଗପୁର ଥାନା ।

0 593

ବେଲଗୁଣ୍ଠା,୧୧/୧୧(ପିପିଟି ):ଦେଶର ଶ୍ରେଷ୍ଠ ତିନି ଟି ଥାନା ମଧ୍ୟରେ ରହିଛି ଗଂଜାମ ପୋଲିସ ଜିଲ୍ଲାର ଗାଙ୍ଗପୁର ଥାନା। କେନ୍ଦ୍ର ଗୃହ ମନ୍ତ୍ରାଳୟ ଗାଙ୍ଗପୁର ଥାନାକୁ ଶ୍ରେଷ୍ଠ ଥାନା ଭାବେ ଚୟନ କରିଥିବା ଅତିରିକ୍ତ ଡିଜି(ଆଇନ ଶୃଙ୍ଖଳା) ପକ୍ଷରୁ ଏକ ଚିଠି ଯୋଗେ ଗଂଜାମ ଏସପି ଙ୍କୁ ଜଣାଇଛନ୍ତି। ବିଭିନ୍ନ ମାମଲାର ସଫଳ ତଦନ୍ତ ଓ ସମାଧାନ, ଜନସାଧାରଣଙ୍କୁ ଉତ୍ତମ ସେବା ହେତୁ ଥାନା ସୁନାମ ଅର୍ଜନ କରିଥିବା ବେଳେ ଏକ କେନ୍ଦ୍ରୀୟ ଟିମ୍ ର ଅନୁଧ୍ୟାନ ପରେ ଏହି ନିଷ୍ପତି ନେଇଛି । ଆସନ୍ତା ନଭେମ୍ବର ୧୯ ତାରିଖ ଦିନ କେନ୍ଦ୍ର ପୋଲିସ ମୁଖ୍ୟାଳୟ ଠାରେ ଗୃହ ମନ୍ତ୍ରୀ ଅମିତ ଶାହା ଥାନା ଆଇଆଇସିଙ୍କୁ ଟ୍ରଫି ପ୍ରଦାନ କରିବାର ସୂଚନା ମିଳିଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.