ଦେଶରେ ୨୮୬୩୭ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୯୨୩୫ ଏବଂ ମୃତ ସଂଖ୍ୟା ୫୫୧ ।

0 1,099

ନୂଆଦିଲ୍ଲୀ,୧୨/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ସକାଳ ସୁଦ୍ଧା ୨୮୬୩୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୯୨୩୫ ଏବଂ  ୫୫୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୮,୪୯,୫୫୩ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨,୬୭୪ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫,୩୪,୬୨୧ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୪୬,୬୦୦ ଆକ୍ରାନ୍ତ, ୧,୩୬,୯୮୫ ସୁସ୍ଥ ଏବଂ ୧୦୧୧୬ ମୃତ । ତାମିଲନାଡୁରେ ୧,୩୪,୨୨୬ ଆକ୍ରାନ୍ତ, ୮୫,୯୧୫ ସୁସ୍ଥ ଏବଂ ୧୮୯୮ ମୃତ । ଦିଲ୍ଲୀରେ ୧,୧୦,୯୨୧ ଆକ୍ରାନ୍ତ, ୮୭,୬୯୨ ସୁସ୍ଥ ଏବଂ ୩୩୩୪ ମୃତ । ଗୁଜୁରାଟରେ ୪୦,୯୪୧ ଆକ୍ରାନ୍ତ,୨୮,୬୪୯ ସୁସ୍ଥ ଏବଂ ୨୦୩୨ ମୃତ । କର୍ଣ୍ଣାଟକରେ ୩୬,୨୧୬ ଆକ୍ରାନ୍ତ, ୧୪,୭୧୬ ସୁସ୍ଥ ଏବଂ ୬୧୩ ମୃତ । ଉତ୍ତରପ୍ରଦେଶ ରେ  ୩୫,୦୯୨ ଆକ୍ରାନ୍ତ,୨୨,୬୮୯ ସୁସ୍ଥ ଏବଂ ୯୧୩ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.