ଦେଶରେ ୨୪ ଘଣ୍ଟାରେ ୧୮୫୨୨ ସଂକ୍ରମିତ;୪୧୮ ମୃତ ।

0 1,047

ନୂଆଦିଲ୍ଲୀ,୩୦/୦୬; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ମଙ୍ଗଳବାର ସକାଳ ସୁଦ୍ଧା ୧୮୫୨୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୫,୬୬,୮୪୦ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬,୮୯୩ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩,୩୪,୮୨୨ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୧,୬୯,୮୮୩ ଆକ୍ରାନ୍ତ,୮୮,୯୬୦ ସୁସ୍ଥ ଏବଂ ୭୬୧୦ ମୃତ ।ତାମିଲନାଡୁରେ ୮୬,୨୨୪ ଆକ୍ରାନ୍ତ,୪୭,୭୪୯ ସୁସ୍ଥ ଏବଂ ୧୧୪୧ ମୃତ ।ଦିଲ୍ଲୀରେ ୮୫,୧୬୧ ଆକ୍ରାନ୍ତ,୫୬,୨୩୫ ସୁସ୍ଥ ଏବଂ ୨୬୮୦ ମୃତ ।ଗୁଜୁରାଟରେ ୩୧,୯୩୮ ଆକ୍ରାନ୍ତ,୨୩,୨୪୦ ସୁସ୍ଥ ଏବଂ ୧୮୨୭ ମୃତ ।ଉତ୍ତରପ୍ରଦେଶ ରେ ୨୨,୮୨୫ ଆକ୍ରାନ୍ତ,୧୫,୫୦୬ ସୁସ୍ଥ ଏବଂ ୬୭୨ ମୃତ । ପଶ୍ଚିମବଙ୍ଗରେ ୧୭,୯୦୭ ଆକ୍ରାନ୍ତ,୧୧,୭୧୯ ସୁସ୍ଥ ଏବଂ ୬୫୩ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.