ଦେଶରେ ୨୪୨୪୮ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୫୩୫୦ ଏବଂ ମୃତ ସଂଖ୍ୟା ୪୨୫ ।

0 2,215

ନୂଆଦିଲ୍ଲୀ,୦୬/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ସକାଳ ସୁଦ୍ଧା ୨୪୨୪୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୫୩୫୦ ଏବଂ  ୪୨୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୬,୯୭,୪୧୩ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯,୬୯୩ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪,୨୪,୪୩୩ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୦୬,୬୧୯ ଆକ୍ରାନ୍ତ, ୧,୧୧,୭୪୦ ସୁସ୍ଥ ଏବଂ ୮୮୨୨ ମୃତ। ତାମିଲନାଡୁରେ ୧,୧୧,୧୫୧ ଆକ୍ରାନ୍ତ, ୬୨,୭୭୮ ସୁସ୍ଥ ଏବଂ ୧୫୧୦ ମୃତ । ଦିଲ୍ଲୀରେ ୯୯,୪୪୪ ଆକ୍ରାନ୍ତ, ୭୧,୩୩୯ ସୁସ୍ଥ ଏବଂ ୩୦୬୭ ମୃତ । ଗୁଜୁରାଟରେ ୩୬,୦୩୭ ଆକ୍ରାନ୍ତ,୨୫,୮୯୨ ସୁସ୍ଥ ଏବଂ ୧୯୪୩ ମୃତ । ଉତ୍ତରପ୍ରଦେଶ ରେ ୨୭,୭୦୭ ଆକ୍ରାନ୍ତ,୧୮,୭୬୧ ସୁସ୍ଥ ଏବଂ ୭୮୫ ମୃତ ।ତେଲେଙ୍ଗାନାରେ ୨୩,୯୦୨ ଆକ୍ରାନ୍ତ,୧୨,୭୦୩ ସୁସ୍ଥ ଏବଂ ୨୯୫ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.