ଦେଶରେ ସଂକ୍ରମିତ ସଂଖ୍ୟା ୯ ଲକ୍ଷ ପାର;୨୪ ଘଣ୍ଟାରେ ସୁସ୍ଥ ୧୭୯୮୯ ଏବଂ ମୃତ ସଂଖ୍ୟା ୫୫୩ ।

0 2,143

ନୂଆଦିଲ୍ଲୀ,୧୪/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସକାଳ ସୁଦ୍ଧା ୨୮୪୯୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୭୯୮୯ ଏବଂ  ୫୫୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୯,୦୬,୭୫୨ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩,୭୨୭ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫,୭୧,୪୬୦ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୬୦,୯୨୪ ଆକ୍ରାନ୍ତ, ୧,୪୪,୫୦୭ ସୁସ୍ଥ ଏବଂ ୧୦୪୮୨ ମୃତ । ତାମିଲନାଡୁରେ ୧,୪୨,୭୯୮ ଆକ୍ରାନ୍ତ, ୯୨,୫୦୭ ସୁସ୍ଥ ଏବଂ ୨୦୩୨ ମୃତ । ଦିଲ୍ଲୀରେ ୧,୧୩,୭୪୦ ଆକ୍ରାନ୍ତ, ୯୧,୩୧୨ ସୁସ୍ଥ ଏବଂ ୩୪୧୧ ମୃତ । ଗୁଜୁରାଟରେ ୪୨,୭୨୨ ଆକ୍ରାନ୍ତ,୨୯,୭୭୦ ସୁସ୍ଥ ଏବଂ ୨୦୫୫ ମୃତ । କର୍ଣ୍ଣାଟକରେ ୪୧,୫୮୧ ଆକ୍ରାନ୍ତ, ୧୬,୨୪୮ ସୁସ୍ଥ ଏବଂ ୭୫୭ ମୃତ । ଉତ୍ତରପ୍ରଦେଶ ରେ  ୩୮,୧୩୦ ଆକ୍ରାନ୍ତ,୨୪,୨୦୩ ସୁସ୍ଥ ଏବଂ ୯୫୫ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.