ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୪୮,୫୧୩; ୨୪ ଘଣ୍ଟାରେ ସୁସ୍ଥ ୩୫,୨୮୬ ଏବଂ ମୃତ ସଂଖ୍ୟା ୭୬୮ ।

0 1,709

ନୂଆଦିଲ୍ଲୀ,୨୮/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସକାଳ ସୁଦ୍ଧା ୪୮,୫୧୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୩୫,୨୮୬ ଏବଂ ୭୬୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୫୩୧,୬୬୯ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪,୧୯୩ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୯,୮୮,୦୨୯ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୩,୯୧,୪୪୦ ଆକ୍ରାନ୍ତ,୨,୩୨,୨୭୭ ସୁସ୍ଥ ଏବଂ ୧୪,୧୬୫ ମୃତ । ତାମିଲନାଡୁରେ ୨,୨୭,୬୮୮ ଆକ୍ରାନ୍ତ, ୧,୬୬,୯୫୬ ସୁସ୍ଥ ଏବଂ ୩,୬୫୯ ମୃତ । ଦିଲ୍ଲୀରେ ୧,୩୨,୨୭୫ ଆକ୍ରାନ୍ତ, ୧,୧୭,୫୦୧ ସୁସ୍ଥ ଏବଂ ୩,୮୮୧ ମୃତ । ଆନ୍ଧ୍ରପ୍ରଦେଶରେ ୧,୧୦,୨୯୭ ଆକ୍ରାନ୍ତ,୫୨,୬୨୨ ସୁସ୍ଥ ଏବଂ ୧,୧୪୮ ମୃତ ।କର୍ଣ୍ଣାଟକରେ ୧,୦୭,୦୦୧ ଆକ୍ରାନ୍ତ,୪୦,୫୦୪ ସୁସ୍ଥ ଏବଂ ୨,୦୫୫ ମୃତ । ଉତ୍ତରପ୍ରଦେଶ ରେ ୭୩,୯୫୧ ଆକ୍ରାନ୍ତ,୪୪,୫୨୦ ସୁସ୍ଥ ଏବଂ ୧,୪୯୭ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.