ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୪୭,୭୦୩; ୨୪ ଘଣ୍ଟାରେ ସୁସ୍ଥ ୩୫,୧୭୫ ଏବଂ ମୃତ ସଂଖ୍ୟା ୬୫୪ ।

0 2,403

ନୂଆଦିଲ୍ଲୀ,୨୮/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସକାଳ ସୁଦ୍ଧା ୪୭,୭୦୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୩୫,୧୭୫ ଏବଂ ୬୫୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୪୮୩,୧୫୬ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩,୪୨୫ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୯,୫୨,୭୪୩ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୩,୮୩,୭୨୩ ଆକ୍ରାନ୍ତ,୨,୨୧,୯୪୪ ସୁସ୍ଥ ଏବଂ ୧୩,୮୮୩ ମୃତ । ତାମିଲନାଡୁରେ ୨,୨୦,୭୧୬ ଆକ୍ରାନ୍ତ, ୧,୬୨,୨୪୯ ସୁସ୍ଥ ଏବଂ ୩,୫୭୧ ମୃତ । ଦିଲ୍ଲୀରେ ୧,୩୧,୨୧୯ ଆକ୍ରାନ୍ତ, ୧,୧୬,୩୭୨ ସୁସ୍ଥ ଏବଂ ୩,୮୫୩ ମୃତ । ଆନ୍ଧ୍ରପ୍ରଦେଶରେ ୧,୦୨,୩୪୯ ଆକ୍ରାନ୍ତ,୪୯,୫୫୮ ସୁସ୍ଥ ଏବଂ ୧,୦୯୦ ମୃତ ।କର୍ଣ୍ଣାଟକରେ ୧,୦୧,୪୬୫ ଆକ୍ରାନ୍ତ,୩୭,୬୮୫ ସୁସ୍ଥ ଏବଂ ୧,୯୫୩ ମୃତ । ଉତ୍ତରପ୍ରଦେଶ ରେ ୭୦,୪୯୩ ଆକ୍ରାନ୍ତ,୪୨,୮୩୩ ସୁସ୍ଥ ଏବଂ ୧,୪୫୬ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.