ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୪୯,୯୩୧; ୨୪ ଘଣ୍ଟାରେ ସୁସ୍ଥ ୩୧,୯୯୧ ଏବଂ ମୃତ ସଂଖ୍ୟା ୭୦୮ ।

0 1,933

ନୂଆଦିଲ୍ଲୀ,୨୭/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ସକାଳ ସୁଦ୍ଧା ୪୯,୯୩୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୩୧,୯୯୧ ଏବଂ ୭୦୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୪୩୫,୪୫୩ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨,୭୭୧ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୯,୧୭,୫୬୮ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୩,୭୫,୭୯୯ ଆକ୍ରାନ୍ତ,୨,୧୩,୨୩୮ ସୁସ୍ଥ ଏବଂ ୧୩,୬୫୬ ମୃତ । ତାମିଲନାଡୁରେ ୨,୧୩,୭୨୩ ଆକ୍ରାନ୍ତ, ୧,୫୬,୫୨୬ ସୁସ୍ଥ ଏବଂ ୩,୪୯୪ ମୃତ । ଦିଲ୍ଲୀରେ ୧,୩୦,୬୦୬ ଆକ୍ରାନ୍ତ, ୧,୧୪,୮୭୫ ସୁସ୍ଥ ଏବଂ ୩,୮୨୭ ମୃତ । ଆନ୍ଧ୍ରପ୍ରଦେଶରେ ୯୬,୨୯୮ ଆକ୍ରାନ୍ତ,୪୬,୩୦୧ ସୁସ୍ଥ ଏବଂ ୧,୦୪୧ ମୃତ ।କର୍ଣ୍ଣାଟକରେ ୯୬,୧୪୧ ଆକ୍ରାନ୍ତ,୩୫,୮୩୮ ସୁସ୍ଥ ଏବଂ ୧,୮୭୮ ମୃତ । ଉତ୍ତରପ୍ରଦେଶ ରେ ୬୬,୯୮୮ ଆକ୍ରାନ୍ତ,୪୧,୬୪୧ ସୁସ୍ଥ ଏବଂ ୧,୪୨୬ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.