ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୦,୯୬୩; ୨୪ ଘଣ୍ଟାରେ ସୁସ୍ଥ ୫୬,୧୧୦ ଏବଂ ମୃତ ସଂଖ୍ୟା ୮୩୪ ।

0 1,203

ନୂଆଦିଲ୍ଲୀ,୧୨/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୦,୯୬୩ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୫୬,୧୧୦ ଏବଂ ୮୩୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨,୩୨୯,୬୩୮ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୬,୦୯୧ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୬୩୯,୫୯୯ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୫,୩୫,୬୦୧ ଆକ୍ରାନ୍ତ,୩,୬୮,୪୩୫ ସୁସ୍ଥ ଏବଂ ୧୮,୩୦୬ ମୃତ । ତାମିଲନାଡୁରେ ୩,୦୮,୬୪୯ ଆକ୍ରାନ୍ତ, ୨,୫୦,୬୮୦ ସୁସ୍ଥ ଏବଂ ୫,୧୫୯ ମୃତ । ଆନ୍ଧ୍ରପ୍ରଦେଶରେ ୨,୪୪,୫୪୯ ଆକ୍ରାନ୍ତ, ୧,୫୪,୭୪୯ ସୁସ୍ଥ ଏବଂ ୨,୨୦୩ ମୃତ । କର୍ଣ୍ଣାଟକରେ ୧,୮୮,୬୧୧ ଆକ୍ରାନ୍ତ,୧,୦୫,୫୯୯ ସୁସ୍ଥ ଏବଂ ୩,୩୯୮ ମୃତ । ନୂଆଦିଲ୍ଲୀରେ ୧,୪୭,୩୯୧, ଆକ୍ରାନ୍ତ,୧,୩୨,୩୮୪ ସୁସ୍ଥ ଏବଂ ୪,୧୩୯ ମୃତ । ଉତ୍ତରପ୍ରଦେଶ ରେ ୧,୩୧,୭୬୩ ଆକ୍ରାନ୍ତ ,୮୦,୫୮୪, ସୁସ୍ଥ ଏବଂ ୨,୧୭୬ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.