ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୩୭୭୨୪;୨୪ ଘଣ୍ଟାରେ ସୁସ୍ଥ ୨୮୪୭୨ ଏବଂ ମୃତ ସଂଖ୍ୟା ୬୪୮ ।

0 2,514

ନୂଆଦିଲ୍ଲୀ,୨୨/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସକାଳ ସୁଦ୍ଧା ୩୭୭୨୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୨୮୪୭୨ ଏବଂ ୬୪୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୧୯୨,୯୧୫ ରେ ପହଞ୍ଚିଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮,୭୩୨ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୭,୫୩,୦୫୦ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୩,୨୭,୦୩୧ ଆକ୍ରାନ୍ତ, ୧,୮୨,୨୧୭ ସୁସ୍ଥ ଏବଂ ୧୨୨୭୬ ମୃତ । ତାମିଲନାଡୁରେ ୧,୮୦,୬୪୩ ଆକ୍ରାନ୍ତ, ୧,୨୬,୬୭୦ ସୁସ୍ଥ ଏବଂ ୨୬୨୬ ମୃତ । ଦିଲ୍ଲୀରେ ୧,୨୫,୦୯୬ ଆକ୍ରାନ୍ତ, ୧,୦୬,୧୧୮ ସୁସ୍ଥ ଏବଂ ୩୬୯୦ ମୃତ । କର୍ଣ୍ଣାଟକରେ ୭୧,୦୬୯ ଆକ୍ରାନ୍ତ,୨୫,୪୫୯ ସୁସ୍ଥ ଏବଂ ୧୪୬୪ ମୃତ । ଆନ୍ଧ୍ରପ୍ରଦେଶରେ ୫୮,୬୬୮ ଆକ୍ରାନ୍ତ,୨୫,୫୭୪ ସୁସ୍ଥ ଏବଂ ୭୫୮ ମୃତ । ଉତ୍ତରପ୍ରଦେଶ ରେ ୫୩,୨୮୮ ଆକ୍ରାନ୍ତ,୩୧,୮୫୫ ସୁସ୍ଥ ଏବଂ ୧୨୨୯ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.