ନୂଆଦିଲ୍ଲୀ,୦୯/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୪,୩୯୯ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୫୩,୮୭୯ ଏବଂ ୮୬୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨,୧୫୩,୦୧୦ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩,୩୭୯ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୪୮୦,୮୮୪ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୫,୦୩,୦୮୪ ଆକ୍ରାନ୍ତ,୩,୩୮,୩୬୨ ସୁସ୍ଥ ଏବଂ ୧୭,୩୬୪ ମୃତ । ତାମିଲନାଡୁରେ ୨,୯୦,୯୦୭ ଆକ୍ରାନ୍ତ, ୨,୩୨,୬୧୮ ସୁସ୍ଥ ଏବଂ ୪,୮୦୮ ମୃତ । ଆନ୍ଧ୍ରପ୍ରଦେଶରେ ୨,୧୭,୦୪୦ ଆକ୍ରାନ୍ତ, ୧,୨୯,୬୧୫ ସୁସ୍ଥ ଏବଂ ୧,୯୩୯ ମୃତ । କର୍ଣ୍ଣାଟକରେ ୧,୭୨,୧୦୨ ଆକ୍ରାନ୍ତ,୮୯,୨୩୮ ସୁସ୍ଥ ଏବଂ ୩,୦୯୧ ମୃତ । ନୂଆଦିଲ୍ଲୀରେ ୧,୪୪,୧୨୭, ଆକ୍ରାନ୍ତ,୧,୨୯,୩୬୨ ସୁସ୍ଥ ଏବଂ ୪,୦୯୮ ମୃତ । ଉତ୍ତରପ୍ରଦେଶ ରେ ୧,୧୮,୦୩୮ ଆକ୍ରାନ୍ତ,୬୯,୮୩୩ ସୁସ୍ଥ ଏବଂ ୨,୦୨୮ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।