ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୫୪,୭୩୫; ୨୪ ଘଣ୍ଟାରେ ସୁସ୍ଥ ୫୧,୨୫୫ ଏବଂ ମୃତ ସଂଖ୍ୟା ୮୫୩ ।

0 2,133

ନୂଆଦିଲ୍ଲୀ,୦୨/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ସକାଳ ସୁଦ୍ଧା ନୂତନ ଆକ୍ରାନ୍ତ ୫୪,୭୩୫ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୫୧,୨୫୫ ଏବଂ ୮୫୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୭୫୦,୭୨୩ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭,୩୬୪ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୧୪୫,୬୨୯ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୪,୩୧,୭୧୯ ଆକ୍ରାନ୍ତ,୨,୬୬,୮୮୩ ସୁସ୍ଥ ଏବଂ ୧୫,୩୧୬ ମୃତ । ତାମିଲନାଡୁରେ ୨,୫୧,୭୩୮ ଆକ୍ରାନ୍ତ, ୧,୯୦,୯୬୬ ସୁସ୍ଥ ଏବଂ ୪,୦୩୪ ମୃତ । ଆନ୍ଧ୍ରପ୍ରଦେଶରେ ୧,୫୦,୨୦୯ ଆକ୍ରାନ୍ତ, ୭୬,୬୧୪ ସୁସ୍ଥ ଏବଂ ୧,୪୦୭ ମୃତ । ନୂଆଦିଲ୍ଲୀରେ ୧,୩୬,୭୧୬ ଆକ୍ରାନ୍ତ,୧,୨୨,୧୩୧ ସୁସ୍ଥ ଏବଂ ୩,୯୮୯ ମୃତ ।କର୍ଣ୍ଣାଟକରେ ୧,୨୯,୨୮୭ ଆକ୍ରାନ୍ତ,୫୩,୬୪୮ ସୁସ୍ଥ ଏବଂ ୨,୪୧୨ ମୃତ । ଉତ୍ତରପ୍ରଦେଶ ରେ ୮୯,୦୪୮ ଆକ୍ରାନ୍ତ,୫୧,୩୩୪ ସୁସ୍ଥ ଏବଂ ୧,୬୭୭ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.