ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୫୫,୦୭୮; ୨୪ ଘଣ୍ଟାରେ ସୁସ୍ଥ ୩୭,୨୨୩ ଏବଂ ମୃତ ସଂଖ୍ୟା ୭୭୯ ।

0 1,680

ନୂଆଦିଲ୍ଲୀ,୩୧/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୁକ୍ରବାର ସକାଳ ସୁଦ୍ଧା ୫୫,୦୭୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୩୭,୨୨୩ ଏବଂ ୭୭୯ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୬୩୮,୮୭୦ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫,୭୪୭ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୦୫୭,୮୦୫ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୪,୧୧,୭୯୮ ଆକ୍ରାନ୍ତ,୨,୪୮,୬୧୫ ସୁସ୍ଥ ଏବଂ ୧୪,୭୨୯ ମୃତ । ତାମିଲନାଡୁରେ ୨,୩୯,୯୭୮ ଆକ୍ରାନ୍ତ, ୧,୭୮,୧୭୮ ସୁସ୍ଥ ଏବଂ ୩,୮୩୮ ମୃତ । ଦିଲ୍ଲୀରେ ୧,୩୪,୪୦୩ ଆକ୍ରାନ୍ତ, ୧,୧୯,୭୨୪ ସୁସ୍ଥ ଏବଂ ୩,୯୩୬ ମୃତ । ଆନ୍ଧ୍ରପ୍ରଦେଶରେ ୧,୩୦,୫୫୭ ଆକ୍ରାନ୍ତ,୬୦,୦୨୪ ସୁସ୍ଥ ଏବଂ ୧,୨୮୧ମୃତ ।କର୍ଣ୍ଣାଟକରେ ୧,୧୮,୬୩୨ ଆକ୍ରାନ୍ତ,୪୬,୬୯୪ ସୁସ୍ଥ ଏବଂ ୨,୨୩୦ ମୃତ । ଉତ୍ତରପ୍ରଦେଶ ରେ ୮୧,୦୩୯ ଆକ୍ରାନ୍ତ,୪୬,୬୯୪ ସୁସ୍ଥ ଏବଂ ୧,୫୮୭ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.