ଦୁର୍ଦ୍ଦିନରେ ବଞ୍ଚୁଥିବା ଆଦିବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦିନ ଧରି ଧାରଣା।

0 279

ଭଞ୍ଜନଗର,୦୨/୦୩(ପିପିଟି):ସର୍ବନିମ୍ନ ମୌଳିକ ସୁବିଧା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅହରାତ୍ର ଧାରଣା ଆଜି ୬ଷ୍ଠ ଦିନରେ ଅବ୍ୟାହତ ରହିଛି। ଜଗନ୍ନାଥପ୍ରସାଦ ବ୍ଳକର ଗାୟଗଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳଖମଣ,ମଣ୍ଡା ପଥର ଓ ଡାଙ୍ଗିଭୁଇଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିର ଏହି ଧାରଣା ସମଗ୍ର ଜିଲ୍ଲାବାସୀଙ୍କୁ ସ୍ତମ୍ଭିଭୂତ କରିଦେଇଛି । ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ପ୍ରତିନିଧିତ୍ଵ କରୁଛନ୍ତି। ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଦୀର୍ଘ ୩୦ ବର୍ଷ ଧରି ଭଞ୍ଜନଗର ରୁ ପ୍ରତିନିଧିତ୍ଵ କରିବା ସହ ବାଚସ୍ପତି ଏବଂ ଅନେକ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି କିନ୍ତୁ ନିଜ ନିର୍ବାଚନ ମଣ୍ଡଳୀ ର ଆଦିବାସୀ ଗାଁ ତାଳଖମଣ, ମଣ୍ଡା ପଥର ଓ ଡାଙ୍ଗିଭୁଇଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଅପହଞ୍ଚ ରଖିବା ନବୀନ ସରକାରଙ୍କ ୨୫ ବର୍ଷ ର ଶାସନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସମସ୍ୟା ଜର୍ଜରିତ ହୋଇ ଦୁର୍ଦ୍ଦିନରେ ଜୀବନ ବିତାଉଥିବା ସରଳ ଆଦିବାସୀଙ୍କ ଦାବି ପ୍ରତି ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁନଥିବା ଯୋଗୁଁ ୬ ଦିନ ଖୋଲା ଆକାଶରେ ଭୋକ ଉପବାସରେ ଜୀବନ ବିତାଉଛନ୍ତି । ସହର ବ୍ୟବସ୍ଥା ସହ ପରିଚିତ ନଥିବା ସରଳ ମଣିଷ ମାନେ ମଶା ଡାଉଁଶ ଓ ରକ୍ତଶୋଷୁଥିବା ମଣିଷ ର ଶିକାର ହେଉଛନ୍ତି। ଭଞ୍ଜନଗର ଉପଖଣ୍ଡ ଆଦିବାସୀ ଓ ଦଳିତ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ସ୍ଥଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସୁଥିବା ସାଧାରଣ ଜନଗଣଙ୍କ ଶୌଚ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ସର୍ବନିମ୍ନ ବ୍ୟବସ୍ଥା ନାହିଁ। ଏଥିପାଇଁ ପ୍ରତ୍ୟହ ୨୦ଟଙ୍କା ବ୍ୟୟରେ ଶୌଚ ହେଉଛନ୍ତି। ଆଦିବାସୀ ଓ ଦଳିତଙ୍କ ଉନ୍ନତି ପାଇଁ ଏକ ସ୍ବତନ୍ତ୍ର ବିଭାଗ ଥିବା ସତ୍ବେ ଏମାନଙ୍କ ପ୍ରତି ସାମାନ୍ୟତମ ଧ୍ୟାନ ଦେଉନାହାନ୍ତି। ଗତକାଲି ଅଧିକାରୀ ମାନଙ୍କ ପ୍ରସ୍ତାବ ଅନୁଯାୟୀ ଲିଖିତ ଦିଆଯାଇଥିଲା କିନ୍ତୁ ତାହା ଗ୍ରହଣ କରିନଥିଲେ। ସେଥିପାଇଁ ଆଜି ଉପଜିଲ୍ଲାପାଳଙ୍କ ସହ ସାକ୍ଷାତକରି ପ୍ରଦାନ କରାଯାଇଛି। ସମସ୍ତ ବିଭାଗୀୟ ଅଧିକାରୀ, ଜଗନ୍ନାଥପ୍ରସାଦ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତିନି ଖଣ୍ଡ ଗାଁର ପ୍ରତିନିଧି,ସଂଗଠନର ନେତୃତ୍ବଙ୍କୁ ଡାକି ବୈଠକ ଉପଜିଲ୍ଲାପାଳ କରି ଆଦିବାସୀ ଙ୍କ ସର୍ବନିମ୍ନ ଦାବି ପୂରଣ କରିବେ ସେପର୍ଯ୍ୟନ୍ତ ଆଦିବାସୀ ମାନେ ଧାରଣା ପ୍ରଦାନ କରିବେ ବୋଲି ଆଦିବାସୀ ନେତ୍ରୀ ମଞ୍ଜରୀ ଜାନି ଜଣାଇଛନ୍ତି । ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିଙ୍କ କେବେ ନିଦ ଭାଙ୍ଗିବ ବୋଲି ଆଦିବାସୀ ନେତାମାନେ ପ୍ରଶ୍ନ ଉଠାଇଛନ୍ତି । ଆଜି ଧାରଣାକୁ ମଇନା ମଲ୍ଲିକ ପରିଚାଳନା କରୁଥିଲେ। ଆଜିର ଧାରଣାରେ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନର ଜିଲ୍ଲା ସମ୍ପାଦିକା ପି ପାର୍ବତୀ,ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା,ବରିଷ୍ଠ ଆଇନଜୀବୀ କେ ସୁବ୍ରମଣ୍ୟମ ରାଓ,ପ୍ରଭାତ ଜାନି ଆଦି ଉପସ୍ଥିତ ଥିଲେ।

Leave A Reply

Your email address will not be published.