ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ଅମାତନାଲା ପୋଲ ।

0 516

ଉଲୁଣ୍ଡା,୨୦/୦୭(ପିପିଟି);  ସୋନପୁର-ସମ୍ବଲପୁର ରାସ୍ତର ମାଟୁପାଲି ସିଂଢୋଲ ମଧ୍ୟଭାଗରେ ଥିବା ଅମାତନାଲ ପୋଲ ଏବେ ଖାଲ ଖମା ଯୋଗୁଁ ମରଣଯନ୍ତା ପାଲଟିଛି । ପୋଲ ଉପରେ ବଡ଼ବଡ଼ ଗର୍ତ୍ତ ମାନ ସୃଷ୍ଟି ହୋଇ ସାଧରଣ ଜନତାଙ୍କ ପାଇଁ ଦୁର୍ଘଟଣାକୁ ଆମନ୍ତ୍ରଣ କରିଛି । ଏହି ରାସ୍ତା ଦେଇ ପ୍ରତ୍ୟହ ଶହ ଶହ ଗାଡି ମଟର ଯିବା ଆସିବା କରୁଥିବାବେଳେ ପୋଲ ଉପରେ ବଡ଼ ବଡ଼ ଗର୍ତ୍ତ କାରଣରୁ ଜଣ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାତ୍ର ଏହି ପୋଲ ଦୁଇ ବର୍ଷ ପୂର୍ବେ ନିର୍ମାଣ ହୋଇଥିବାବେଳେ ଏହା ନିମ୍ନମାନର କାମ ଯୋଗୁଁ ପୋଲ ଉପର କଂକ୍ରିଟ ଉଠିଯାଇ ବିରାଟ ଗର୍ତ୍ତ  ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଠିକା ସଂସ୍ଥା ନିର୍ମାଣର ପାଞ୍ଚବର୍ଷ ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରିବା ପାଇଁ ନିୟମ ଥିବାବେଳେ ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ । ଫଳରେ ପୋଲର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.