ଦୁଇ ପୁଅଙ୍କ ମାଡ଼ରେ ବାପା ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ।

0 1,132

ପୋଲସରା,ତା-୨୦/୦୬(ପିପିଟି)ଗଂଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ପଞ୍ଚାୟତର ବଡ଼ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଯାହାକି ବାପା ପୁଅର ସମ୍ପର୍କରେ ଲାଗିଛି ରକ୍ତର ଛିଟା ।  ନିଜ ଘରେ  ଦୁଇ ପୁଅଙ୍କ  ମାଡ଼ରେ ବାପା ଅଭିମନ୍ୟୁ ପ୍ରଧାନ ମୃତ ହୋଇଥିବା ମାଁ  ଅପସରା ପ୍ରଧାନ ଗୁରୁତର  ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । ଏଭଳି ହତ୍ୟାକାଣ୍ଡ କାଣ୍ଡକୁ ନେଇ  ପୋଲସରା ପୋଲିସ  ଘଟଣା ସ୍ଥଳରେ ପହଞ୍ଚି ବର୍ବୋରଚିତ  ହତ୍ୟାକାଣ୍ଡ ଘଟାଇ ଥିବା ବଡ଼ ପୁଅ ସୁଶାନ୍ତ ପ୍ରଧାନ ଓ ସାନ ପୁଅ  ମଙ୍ଗୁଳୁ  ପ୍ରଧାନକୁ  ଗିରଫ କରି ପୋଲସରା ଥାନକୁ ନେଇ ଥିବା ଦେଖିବାକୁ ମିଳିଛି ।  ଆସନ୍ତା କାଲି ପିତୃ ଦିବସ ପାଳନ ହେବାକୁ ଥିବା ବେଳେ କଳମ୍ବ ଗ୍ରାମରେ ଏଭଳି ଏକ ଅଭାବନୀୟ  ହତ୍ୟାକାଣ୍ଡକୁ ନେଇ କଳମ୍ବ ଗ୍ରାମରେ  ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ପୁଅର ମାଡ଼ରେ  ଅତ୍ୟଧିକ ଗୁରୁତର ହୋଇ ମା ସଙ୍କଟାପର୍ଣ୍ଣ  ଅବସ୍ଥାରେ ମୃତ୍ୟୁ ସହ ସଗ୍ରାମ କରୁଥିବା ସୂଚନା ମିଳିଛି ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.