ଦୁଃଖୀ ମାନଙ୍କ ଦରଦିବନ୍ଧୁ ସାଜିଲେ ଯୁବ ସମାଜସେବୀ ହିମାଂଶୁ ।

0 117

ଯାଜପୁର,୦୮/୦୭(ପିପିଟି) :ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରାଇ ନିର୍ବାଚନ ମଣ୍ଡଳୀର ରସୁଲପୁର ବ୍ଲକର ପହଙ୍ଗା ପଞ୍ଚାୟତର ଜଗତପୁର ଗ୍ରାମର ଏହି ତିନି ପିଲାମାନଙ୍କର ମାଆ ଲିଭର ଖରାପ ଥିବାରୁ ପାଞ୍ଚ ବର୍ଷ ତଳେ ମୁର୍ତ୍ୟୁ ବରଣ କରିଥିଲେ ଏବଂ ଗତ ଚାରିଦିନ ତଳେ ତାଙ୍କ ବାପା ଜଣ୍ଡିସ ରୋଗରେ ପୀଡିତ ଥିବାବେଳେ ମୁର୍ତ୍ୟୁବରଣ କରିଥିଲେ ଫଳରେ ଏହି ତିନି ପିଲା ଅନାଥ ହୋଇଗଲେ ତାଙ୍କ ବାପା ମାଆଙ୍କ ମୁର୍ତ୍ୟୁ ପରେ ଜେଜେବାପା ଓ ଜେଜେମାଆଙ୍କ ପାଖରେ ଆଶ୍ରୟ ନେଇଛନ୍ତି ,ଯେଉଁ ବୟସରେ ଏହି ବୃଦ୍ଧ ଜେଜେମା ଓ ଜେଜେବାପା ପୁଅ ପାଖରେ ଆଶ୍ରୟ ନେବା କଥା ସେ ପୁଅ ଆଉ ନାହିଁ କିନ୍ତୁ ଏହି ତିନି ନିଷ୍ପାପ ଶିଶୁ କେମିତି ରହିବେ ତାଙ୍କ ପାଖରେ ଓ କେମିତି ପଢିବେ, କେମିତି ଖାଇବେ ଏବଂ ତାଙ୍କ ବାପା ଙ୍କ ଶୁଦ୍ଧିକ୍ରିୟା କେମିତ ହେବ ତାହା ଜାଣିବାକୁ ପାଇଥିଲେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ଯୁବସମାଜସେବୀ ହିମାଂଶୁ ଶେଖର ସାହୁ ସଙ୍ଗେ ସଙ୍ଗେ ବାହାରିଯାଇଥିଲେ ତାଙ୍କ ନିକଟକୁ ସେଠାରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ରାସନ ସାମଗ୍ରୀ ପ୍ରଦାନ କରିଥିଲେ ଏବଂ ସରକାରୀ ଯୋଜନା ଅନୁଯାଇ କେମିତି ସେ ପିଲାମାନଙ୍କର ଯତ୍ନ ନିଆଯିବ ତାହା ସ୍ଥାନୀୟ ଯୁବକ ମାନଙ୍କ ସହ ଆଲୋଚନା କରିଥିଲେ ।

(ରିପୋର୍ଟ – ଅକ୍ଷୟ କୁମାର ରାଉତ। )

Leave A Reply

Your email address will not be published.