ଦୀର୍ଘଦିନର ପୁଞ୍ଜିଭୁତ ଅସନ୍ତୋଷର କାରଣ, ସରପଞ୍ଚଙ୍କ ବିରୁଦ୍ଧରେ ଜନସାଧାରଣ ଘେରାଉ କଲେ ବୁରୁପଡା ପଞ୍ଚାୟତ କାର୍ଯ୍ୟାଳୟ ।
ହିଞ୍ଜିଳିକାଟୁ,୨୭/୧୧(ପିପିଟି): ହିଞ୍ଜିଳି ବ୍ଳକ ଅନ୍ତର୍ଗତ ବୁରୁପଡ଼ା ପଞ୍ଚାୟତରେ ଚାଲିଥିବା ଦୁର୍ନୀତିକୁ ନେଇ ପୁଞ୍ଜିଭୁତ ଅସନ୍ତୋଷ ପ୍ରକାଶିତ ହୋଇଛି । ବିଭିନ୍ନ ସମୟରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ କେବେବି ଗ୍ରାମସଭା ହେଉନଥିବା ଏବଂ ସାଧାରଣଙ୍କ ଅଗୋଚରରେ ଅନୈତିକ ଉପାୟ ଅବଲମ୍ବନ କରି ଦୀର୍ଘ ୫ ବର୍ଷ ହେବ ସରପଞ୍ଚ ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ଗ୍ରାମ ରୋଜଗାର ସେବକ ,ଆଞ୍ଚଳିକ କନିଷ୍ଠ ଯନ୍ତ୍ରୀଙ୍କ ମିଳିତ ସହଯୋଗରେ ଚାଲିଥିଲା ଅନ୍ଧାଶୁନ୍ୟ ଦୁର୍ନୀତି । ଦୀର୍ଘ ୫ବର୍ଷ ହେବ ଜନସାଧାରଣଙ୍କୁ ଭୁଆଁ ବୁଲାଇ ବିଭିନ୍ନ ଅନୈତିକ ଉପାୟ ଅବଲନମ୍ବନ କରି ତଥା ଦୁର୍ନୀତିକୁ ଖୋଲା ପ୍ରୋତ୍ସାହନ ଦେଇ ବିଭିନ୍ନ ସମୟରେ ଏହି ପଞ୍ଚାୟତ ରେ କାର୍ଯ୍ୟରତ ଥିବା ଯନ୍ତ୍ରୀ ,ଗ୍ରାମ ରୋଜଗାର ସେବକ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ପିସି କାରବାର ରେ ଲିପ୍ତ ରହି ସରପଞ୍ଚଙ୍କୁ ସହଯୋଗ କରିବା ସହ ଉନ୍ନୟନ କାର୍ଯ୍ୟ ଓ ବିଭିନ୍ନ ପ୍ରକଳ୍ପ ନିମ୍ନ ମାନର କରୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ଆଜି ତା ୨୭/୧୧ ରିଖ ଦିନ କୌଣସି ପଲ୍ଲୀସଭା ନକରି ଲୋକଲୋଚନକୁ ଦଳିଦେଇ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ଲୁକାୟତ ଭାବେ ଏକ କ୍ଷେତ୍ରକାର୍ଯ୍ୟ ପରିଦର୍ଶକ ବା ମେଟମ୍ୟାନ ନିଯୁକ୍ତି କରିବାପାଇଁ ପ୍ରକ୍ରିୟାକରଣ ଚାଲିଥିବାବେଳେ କୌଣସି ମତେ ଜନସାଧାରଣଙ୍କ ପାଖରେ ଉକ୍ତ ଖବର ପହଞ୍ଚିଥିଲା । ଏହି ଖବରକୁ କେନ୍ଦ୍ର କରି ଦୀର୍ଘଦିନ ର ପୁଞ୍ଜିଭୁତ ଅସନ୍ତୋଷ ଲୋକଙ୍କୁ ଏକତ୍ରିତ କରିବାରେ ସହାୟକ ହୋଇଥିଲା । ଏହି ଅଞ୍ଚଳ ପରିଦର୍ଶକ ନିଯୁକ୍ତି ରେ ଚଞ୍ଚକତା କରି ଏବଂ ନିଯୁକ୍ତି ଦେବାପାଇଁ ଆର୍ଥିକ କାରବାର ହୋଇଥିବା ଲୋକଙ୍କ ଚପା ଗୁଞ୍ଜରଣ ଓ ମନ୍ତବ୍ୟରୁ ଜାଣିବାକୁ ମିଳୁଛି । ଉକ୍ତ ବିଷୟକୁ କେନ୍ଦ୍ର କରି ବୁରୁପଡ଼ା ଗ୍ରାମବାସୀ ବୁରୁପଡ଼ା ପଞ୍ଚାୟତ ଘେରାଉ କରିଥିଲେ । ଅସନ୍ତୋଷର ଉଗ୍ରତାକୁ ପ୍ରତିହତ କରିବାପାଇଁ ହିଞ୍ଜିଳି ବ୍ଲକ ପ୍ରଶାସନ ତରଫରୁ ପୋଲିସ ସହାୟତା ନେବାକୁ ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି ।ଜନସାଧାରଣଙ୍କ ଅଭିଯୋଗ କ୍ରମେ ଏହି ସରପଞ୍ଚଙ୍କ ଅମଳରେ ହୋଇଥିବା ସମସ୍ତ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଅଞ୍ଚଳ ପରିଦର୍ଶକ ନିଯୁକ୍ତି ଉଚିତ ଶିକ୍ଷାଗତ ଯୋଗ୍ୟତା ସହ ନିୟମ ପ୍ରକାରେ ନିଯୁକ୍ତି କରିବାପାଇଁ ଉଚ୍ଚ ପ୍ରଶାସନ ନିକଟରେ ଦାବି କରିଛନ୍ତି । ତଦନ୍ତ ପ୍ରକ୍ରିୟା ନିୟମ ପ୍ରକାରେ ନହେଲେ ପୁଣି ଏକ ଜନ ଆନ୍ଦୋଳନ ହେବ ବୋଲି ସାଧାରଣଙ୍କ ଠାରୁ ପ୍ରକାଶ ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)